ଜଗାର ଯାତ୍ରାକୁ ନେଇ ରାଜନୀତି; ତୀର ମାରିଲେ ତାରା, ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ରଥ ନିର୍ମାଣ ହେବ ନା’ ହେବନି। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆଜି ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର। ଯାହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ନେତା ବିଜୟ ମହାପାତ୍ର। ତାରା କହିଛନ୍ତି, ମହାପ୍ରଭୁଙ୍କ ରଥ ନିର୍ମାଣ ନିଷ୍ପତ୍ତିକୁ ବିଜେଡି ଓ ବିଜେପି ମିଳିମିଶି ଝୁଲାଇ […]

tara-and-bijay

tara-and-bijay

Manoranjan Sial
  • Published: Wednesday, 06 May 2020
  • Updated: 06 May 2020, 05:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ରଥ ନିର୍ମାଣ ହେବ ନା’ ହେବନି। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆଜି ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର। ଯାହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ନେତା ବିଜୟ ମହାପାତ୍ର। ତାରା କହିଛନ୍ତି, ମହାପ୍ରଭୁଙ୍କ ରଥ ନିର୍ମାଣ ନିଷ୍ପତ୍ତିକୁ ବିଜେଡି ଓ ବିଜେପି ମିଳିମିଶି ଝୁଲାଇ ରଖିଛନ୍ତି।

ତାରା କହିଛନ୍ତି-“ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସର୍ବ ଧର୍ମର। ମହାପ୍ରଭୁଙ୍କୁ ନେଇ ଯିଏ ରାଜନୀତି କରିଛି, ସିଏ ଆଗକୁ ଯାଇପାରିନି। ରଥ ନିର୍ମାଣ ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ। ସମସ୍ତଙ୍କର ମତ ହେଉଛି ମହାପ୍ରଭୁଙ୍କର ରଥଯାତ୍ରା ହେଉ। କାରଣ ଇଏ ହେଉଛି ବଡ଼ଠାକୁର। ତାଙ୍କ ନୀତି ଓ ସଂସ୍କୃତିରେ ସମଗ୍ର ଭାରତ ଅନୁପ୍ରାଣିତ। ହେଲେ ତାଙ୍କ ରଥ ନିର୍ମାଣ ପାଇଁ ଆଜି ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି କହୁଛନ୍ତି। ମୁଁ ଭାବୁଛି ଏଥିରେ ମଧ୍ୟ ରାଜନୀତି ହେଉଛି। ଆମର ଦାବି ହେଉଛି, ସିଏ କେନ୍ଦ୍ର ବା ରାଜ୍ୟ ସରକାର ହୁଅନ୍ତୁ, ମହାପ୍ରଭୁଙ୍କ ଊର୍ଦ୍ଧ୍ୱରେ କେହି ନାହିଁ। ରଥ ନିର୍ମାଣ ନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ରଥ ନିର୍ମାଣ ପାଇଁ ଆଉ ସମୟ ନାହିଁ। ରାଜ୍ୟ ସରକାର ଜାଣିଶୁଣି ଏଥିପାଇଁ ଅବହେଳା କରୁଛନ୍ତି। ରଥଯାତ୍ରା କରାଇନଦେବା ପାଇଁ ଏଠି ବିଜେଡି ଓ ବିଜେପି ମିଶି ଯାଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରୁଛି, ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ କରାଯାଉ। ନହେଲେ ଓଡ଼ିଶାବାସୀ ଆପଣମାନଙ୍କୁ କ୍ଷମା ଦେବେନି।”

ସେ ଆହୁରି କହିଛନ୍ତି-“ରଥଯାତ୍ରା ହେବ ନା ହେବନି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ଶ୍ରୀକ୍ଷେତ୍ର ରଥ ନିର୍ମାଣ ଆରମ୍ଭ ହେଉନଥିବାରୁ ଅନ୍ୟ କୌଣସି ସ୍ଥାନରେ ରଥ ନିର୍ମାଣ ହୋଇପାରୁନି। ସବୁଠି ଅଟକି ରହିଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହଦେବ ନିଷ୍ପତ୍ତି ରଖି ସାରିଲେଣି। ଏପରିସ୍ଥିତିରେ ରାଜ୍ୟ ସରକାର କିଏ? ରଥଯାତ୍ରା ନେଇ ଏମାନଙ୍କର ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ।”

ରଥ ଅନିଶ୍ଚିତତାକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କର। କେନ୍ଦ୍ରର ବିଶେଷ ଭୂମିକା ନାହିଁ। ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡ଼ିପାରନ୍ତି। ଦୈନିକ ଦଶଥର କେନ୍ଦ୍ର ସହ ଭିଡିଓ କନଫରେନସିଂ କରୁଛନ୍ତି, ଏକଥା ବି କହିପାରନ୍ତେ। ଚିଠି ଲେଖିବାର ଆବଶ୍ୟକ କଣ? ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ହେବା ଦରକାର। ଲୁଚେଇବା ଦରକାର ନାହିଁ। ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story