ବାଚସ୍ପତିଙ୍କ ସମ୍ମୁଖରେ ମୁଣ୍ଡ ପିଟିଦେଲେ ତାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଆଜି ଅପରାହ୍ନରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇଭରରେ ମୁଣ୍ଡ ପିଟି ଦେଇଥିଲେ। ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହଲ୍ଲା ଏବଂ ପାଟିତୁଣ୍ଡ କରୁଥିବା ବେଳେ ତାରା ତାଙ୍କ ମୁଣ୍ଡ ପିଟି ଦେଇଥିଲେ। ଏହା ବାଚସ୍ପତି ଗୃହକୁ ୧୦ ମିନିଟ୍‌ ପାଇଁ ମୁଲତବୀ କରିଦେଇଥିଲେ। ଏହା ପୂର୍ବରୁ ଆଜି ତାରା ଆତ୍ମହତ୍ୟା ଧମକ […]

tara1

tara1

Manoranjan Sial
  • Published: Saturday, 21 November 2020
  • Updated: 21 November 2020, 03:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଆଜି ଅପରାହ୍ନରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇଭରରେ ମୁଣ୍ଡ ପିଟି ଦେଇଥିଲେ। ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହଲ୍ଲା ଏବଂ ପାଟିତୁଣ୍ଡ କରୁଥିବା ବେଳେ ତାରା ତାଙ୍କ ମୁଣ୍ଡ ପିଟି ଦେଇଥିଲେ। ଏହା ବାଚସ୍ପତି ଗୃହକୁ ୧୦ ମିନିଟ୍‌ ପାଇଁ ମୁଲତବୀ କରିଦେଇଥିଲେ।

ଏହା ପୂର୍ବରୁ ଆଜି ତାରା ଆତ୍ମହତ୍ୟା ଧମକ ଦେଇଥିଲେ। ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ତାରା କହିଥିଲେ, ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ପଡ଼ିଛି। ପିଲାଙ୍କର ଶିକ୍ଷାଲାଭ କରିବା ଅଧିକାର ଅଛି। କାହିଁକି ସେମାନଙ୍କ ଅଧିକାରକୁ ସରକାର ଛଡ଼ାଇ ନେଇଛନ୍ତି। ଯଦି ସ୍କୁଲ ଶୀଘ୍ର ନ ଖୋଲାଯାଏ ବା ଏହି ନିଷ୍ପତ୍ତି ନ ବଦଳା ଯାଏ, ତା’ହେଲେ ସେ ବାଚସ୍ପତିଙ୍କ ଆଗରେ ବେକ କାଟି ଦେବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos