ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଧାୟକ ଉମା ସାମନ୍ତରାୟ କୋଭିଡ୍ ଗୁମର ଖୋଲିବା ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। କୋଭିଡ୍ ପରିଚାଳନା ତ୍ରୁଟିକୁ ସ୍ୱୀକାର କରିଥିବାରୁ ଉମାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାରା କହିଛନ୍ତି ଯେ, ସେ ସ୍ପଷ୍ଟବାଦୀ ଲୋକ, ସତ କହିବା ଲୋକ, ତେଣୁ ସତ କହିଛନ୍ତି । କିନ୍ତୁ ସରକାର ତାଙ୍କୁ ଛାଡ଼ିବେନି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଭିତିରିଆ ତାଙ୍କ ଏରିଆ ସଫା କରି ଶେଷକୁ ଟିକେଟ କାଟିଦେବେ ବୋଲି ତାରା କହିଛନ୍ତି । ଆଜି କୋଭିଡ୍ ପରିଚଳାନାକୁ ନେଇ ଶାସକ ବିଧାୟକ ଉମା ସାମନ୍ତରାୟ କହିଥିଲେ ଯେ, ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ। ଯେତିକି ବେଡ୍ ଅଛି, ତାହାଠାରୁ ଅଧିକ ରୋଗୀ ଆସୁଛନ୍ତି। ମୁଁ ଏକଥାକୁ ସ୍ୱୀକାର କରୁଛି ।
ବିଧାୟକ ଉମା କହିଛନ୍ତି ଯେ, ଯେଉଁ ହାରରେ ରୋଗୀ ବଢ଼ୁଛନ୍ତି ଆମକୁ ଆଜିର ଦିନରେ ଆଉ ଅଧିକ ଆଇସିୟୁ ବେଡ଼ ଦରକାର । ଆମେ ବିଧାନସଭାରେ ବି ଏକଥା ଆଲୋଚନା କରିବୁ । ଯେତିକି ବେଡ଼ ଅଛି ତାହା ଠୁ ଅଧିକ ରୋଗୀ ଆସୁଛନ୍ତି । ତେଣୁ ଆମକୁ ଆଉ ଅଧିକ ବେଡ଼ ଆବଶ୍ୟକ ରହିଛି । ଯେଉଁ ରୋଗୀମାନଙ୍କୁ କୋଭିଡ ହୋଇ ନାହିଁ ସେମାନେ ବି ମେଡିକାଲ ଗଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ଆମେ ବିଧାନସଭାରେ ଏକଥାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଆଗରୁ ଥିବା ଓଏସଟିଏଫ ଫଣ୍ଡ ଏବଂ bsky କାର୍ଡ ରେ ବହୁତ ତାରତମ୍ୟ ରହୁଛି । ଯେଉଁଥି ପାଇଁ ରୋଗୀମାନେ ମେଡିକାଲ ଯାଇ ଅସୁବିଧାର ସମୂଖୀନ ହେଉଛନ୍ତି । bsky କାର୍ଡରେ ବି ସୁବିଧା ମିଳୁନି । bsky କୁ ଓଏସଟିଏଫ ସହିତ ସମାନ କରିବାକୁ ହେବ ।
ଆପଲୋ ଓ ଆମ୍ରିରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ସହ ବନ୍ଧିତ ହୋଇ ନାହାନ୍ତି । ଆମକୁ ବର୍ତ୍ତମାନ ଯେତିକି ଆଇସିୟୁ ଅଛି ସବୁ ମେଡିକାଲରେ ସେ ସବୁ ଆଇସିୟୁ ବେଡ଼କୁ ବଢାଇବାକୁ ପଡିବ । ଏବଂ ନୂଆ ଆହୁରି ଘରୋଇ ହସ୍ପିଟାଲରେ ଆଇସିୟୁ ବେଡ଼ ବଢାଇବାକୁ ପଡିବ । ଆଇସିୟୁ ଅଧିକ ହେଲେ ଲୋକ କେହି ଫେରିବେ ନାହିଁ । ରାଜ୍ୟରେ ଯେତିକି କୋଭିଡ ହସ୍ପିଟାଲ ଅଛି ତାହା ଯଥେଷ୍ଟ ନୁହେଁ । ତାକୁ ବଢାଇବାକୁ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।