- Videos
- Odisha
- ଜିଲ୍ଲା କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ବନ୍ଦ; ଗାଡ଼ି ଚଳାଚଳ ଠପ୍
ଜିଲ୍ଲା କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ବନ୍ଦ; ଗାଡ଼ି ଚଳାଚଳ ଠପ୍
- Published: Tuesday, 12 December 2017
- , Updated: 12 December 2017, 08:43 AM IST
<p>ଚିତ୍ରକୋଣ୍ଡା: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଚିତ୍ରକୋଣ୍ଡା ବନ୍ଦ ଡାକରା ଦିଆଯାଇଛି। ସ୍ଥାନୀୟ ତହସିଲଦାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି। ଏହାସହ ସ୍କୁଲକଲେଜ ଓ ଦୋକାନ ବଜାର ବନ୍ଦ ରହିଛି। ତହସିଲ ଅଫିସ୍ ସମ୍ମୁଖରେ କଂଗ୍ରେସ କର୍ମୀ ଧାରଣାରେ ବସିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଧାରଣା ଦେଇଛନ୍ତି। ବିଭିନ୍ନ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।</p>
<p>କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି,“ ସ୍ଥାନୀୟ ତହସିଲଦାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି। ଚିତ୍ରକୋଣ୍ଡା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଜାତି ସାର୍ଟିଫିକେଟ ନ ପାଇ ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି। ଆମେ ଦାବି କରୁଛୁ ସେମାନଙ୍କୁ ଜାତି ସାର୍ଟିଫିକେଟ ଦିଆଯାଉ। ଉକ୍ତ ଅଞ୍ଚଳରେ ଲୋକଙ୍କ ପାଖରେ ଜଙ୍ଗଲ ଜମିର ପଟା ନ ଥିବା ବେଳେ ରେଭିନ୍ୟୁ ଅଞ୍ଚଳରେ ଲୋକଙ୍କ ପାଖରେ ଘର ଡିହର ପଟା ନାହିଁ। ଯାହାଫଳରେ ଲୋକେ ନାହିଁ ନ ଥିବାର ହଇରାଣ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଜମି ପଟା ଦିଆଯାଉ। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”</p>
<p>&nbsp;</p>