ତୈଳଦର ବୃଦ୍ଧି : ଧାରଣା ଦେବା ସହ ରାସ୍ତାରେ ଲୋକଙ୍କ ମତ ନେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦଳର ନେତାମାନେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ତୈଳଦର ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାସ୍ତାରେ ଗାଡ଼ି ଅଟକାଇ ଲୋକଙ୍କଠୁ ମତାମତ ଲୋଡ଼ିଥିଲେ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନିରବ […]

congress0000

Tapas Behera
  • Published: Monday, 29 June 2020
  • , Updated: 29 June 2020, 07:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦଳର ନେତାମାନେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ତୈଳଦର ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାସ୍ତାରେ ଗାଡ଼ି ଅଟକାଇ ଲୋକଙ୍କଠୁ ମତାମତ ଲୋଡ଼ିଥିଲେ।

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନିରବ ଧାରଣା ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ବିଜେପି ସରକାର ସମୟରେ ତୈଳଦର ଦିନକୁଦିନ ବୃଦ୍ଧି ପାଇଁ ଲିଟରପିଛା ୮୧ଟଙ୍କାରେ ପହଂଚିଲାଣି। ଲୋକମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରୋନା ମହାମାରୀବେଳେ କେନ୍ଦ୍ର ସରକାର ତୈଳ ଦର, ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାରେ କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁଃଖଦାୟକ। ୨୦୧୧ ମସିହାରେ ୟୁପିଏ-୨ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୭ ଡଲାର ଥିଲାବେଳେ ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ଓ ଡିଜେଲ ୭୩ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୪୨ ଡଲାର ଥିଲାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଭ୍ୟାଟ୍ ଓ ଏକ୍ସାଇଜ୍ ଡ୍ୟୁଟି ଅହେତୁକ ବୃଦ୍ଧି କରିବା ଯୋଗୁଁ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଂଚିଛି।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାସ୍ତାକୁ ଯାଇ ଯାତାୟତ କରୁଥିବା ଅଟୋ ଚାଳକ, ବାଇକ୍ ଚାଳକ, ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କୁ ତେଲ ଦର ବୃଦ୍ଧି ସଂପର୍କରେ ସେମାନଙ୍କର ମତାମତ ଲୋଡ଼ିଥିଲେ। ଉତ୍ତରରେ ସମସ୍ତେ ତୈଳଦର ବୃଦ୍ଧି ବିରୁଦ୍ଧରେ ମତ ଦେଇ ଏଥିପାଇଁ ସେମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ। ଏହାସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦଳୀୟ ନେତାମାନେ ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ  ଜୟଦେବ ଜେନା,ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ବିପିନ୍ ଦାସ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ୍ ଦାଶ, ପଦ୍ମାକର ଗୁରୁ, ବିଷ୍ଣୁ ଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ମନୋରଂଜନ ଦାଶ, ହଳଧର ସେଠୀ, ଅଭିଷେକ ମହାନନ୍ଦ, ମାନସ ଆଚାର୍ଯ୍ୟ, ପ୍ରଣତି ମିଶ୍ର, ଜ୍ୟୋତିଷ ସାହୁ, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ଅମୀୟ ପାଣ୍ଡବ, ବିଣାପାଣି ସାମଲ, ଶୁଭଶ୍ରୀ ପଣ୍ଡା, ପ୍ରକାଶ ମିଶ୍ର, ନରେଶ ମହାନ୍ତି,  କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ ।

Related story