ସୁବ୍ରମଣ୍ୟନ ସ୍ୱାମୀଙ୍କ ଗିରଫ ଦାବିରେ ଏତଲା ଦାୟର ଓ କୁଶ ପୁତ୍ତଳିକା ଦାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକେନ୍ ସେବନ କରୁଥିବା ନେଇ ବିଜେପି ସାଂସଦ ଡକ୍ଟର ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି। ଗତ ୫ ତାରିଖର ଏହି ମନ୍ତବ୍ୟକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପକ୍ଷରୁ ପ୍ରତିବାଦ କରାଯିବା ସହ ତାଙ୍କୁ ଗିରଫ କରିବା ଦାବି କରାଯାଇଛି। ଏତଦ୍ ବ୍ୟତୀତ ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ସହ ଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା […]

congress

congress

Subrat Kumar Nayak
  • Published: Thursday, 11 July 2019
  • Updated: 11 July 2019, 08:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକେନ୍ ସେବନ କରୁଥିବା ନେଇ ବିଜେପି ସାଂସଦ ଡକ୍ଟର ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି। ଗତ ୫ ତାରିଖର ଏହି ମନ୍ତବ୍ୟକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପକ୍ଷରୁ ପ୍ରତିବାଦ କରାଯିବା ସହ ତାଙ୍କୁ ଗିରଫ କରିବା ଦାବି କରାଯାଇଛି। ଏତଦ୍ ବ୍ୟତୀତ ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ସହ ଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି।

ପିସିସି ଅନୁସୂଚିତ ଜାତି ବିଭାଗର ସହ ଅଧ୍ୟକ୍ଷ ବାଙ୍କନିଧି ବେହେରା କହିଛନ୍ତି, “ଶ୍ରୀଯୁକ୍ତ ସ୍ୱାମୀ ଜଣେ ଆଇନଜୀବୀ ଓ ସଚେତନ ନାଗରିକ ହିସାବରେ ଜଣେ ଜାତୀୟ ଦଳର ସର୍ବୋଚ୍ଚ ନେତାଙ୍କୁ ବଦନାମ କରିବାପାଇଁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି ତାହା ବିଜେପିର ହୀନ ରାଜନୀତି ଛଡ଼ା ଆଉ କିଛି ନୁହେଁ।”

ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟର ପ୍ରତିବାଦରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀ ସ୍ୱାମୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ଅଧ୍ୟକ୍ଷ ଜାନକୀ ମଲ୍ଲିକ, ସର୍ବେଶ୍ୱର ସେଠୀ, ଦେବେନ୍ଦ୍ର ଦାସ, ମୁନି ଥାପା, ରସାନନ୍ଦ ନାୟକ, ବାପି ନାୟକ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ତରୁଣକାନ୍ତ ମିଶ୍ର, ଲିଙ୍ଗରାଜ ସାହୁ, ଶୈଳେନ୍ଦ୍ର ମଜୁମଦାର, ନରେଶ ମହାନ୍ତି, ରଜନୀ ମହାନ୍ତି, ଦୀପକ ମହାପାତ୍ର, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଦ୍ଧି, ଆତ୍ମାରାମ ପତି, ନିହାର ରଞ୍ଜନ ବଳ, ବୈଲୋଚନ ସାହୁ, ଦିଲୀପ ସ୍ୱାଇଁ, ନିହାର ରଞ୍ଜନ ମହାପାତ୍ର, ପବିତ୍ର ରଞ୍ଜନ ସେନାପତି, ତାରାକାନ୍ତ ବାରିକ, ନରେଶ ପାତ୍ର, କୁଳମଣି ସାହୁ ପ୍ରମୁଖ ଏହି ଅଂଶଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos