ତୈଳ ଦର ବୃଦ୍ଧି : ରାଜଭବନ ଆଗରେ ପ୍ରତିବାଦ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଓ ରନ୍ଧନ ଗ୍ୟାସ ଦରର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଦର ବାରମ୍ବାର ବୃଦ୍ଧି ପାଇଁ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ କଡ଼ା ଭାଷାରେ ସମାଲୋଚନା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି […]

Congress

Ordigital Desk
  • Published: Thursday, 07 April 2022
  • , Updated: 07 April 2022, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଓ ରନ୍ଧନ ଗ୍ୟାସ ଦରର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଦର ବାରମ୍ବାର ବୃଦ୍ଧି ପାଇଁ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ କଡ଼ା ଭାଷାରେ ସମାଲୋଚନା କରିଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ, ତେଲ ଓ ଗ୍ୟାସ ଦର ବାରମ୍ବାର ବଢ଼ିବାରୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରୁ ଏକ୍ସସାଇଜ୍ ଡ୍ୟୁଟି ଓ ଭ୍ୟାଟ୍ ହ୍ରାସ ନକରିବାରୁ ତେଲ ଦର କ୍ରମାଗତ ରାଜ୍ୟରେ ବଢ଼ିଚାଲିଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ତେଲ ଦର ନକମିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ସେହିପରି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସମେତ ରାମଚନ୍ଦ୍ର ଖୁଂଟିଆ, ବିଧାୟକ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ବିଶ୍ୱଜିତ ଦାଶ, ମନୋରନ ଦାଶ, ରଜନୀ ମହାନ୍ତିି, ହଳଧର ସେଠୀ, ପଦ୍ମାକର ଗୁରୁ, ମଧୁସ୍ମିତା ଆଚାର୍ଯ୍ୟ, ଅଶୋକ ଦାସ, ସତ୍ୟବ୍ରତ ନାୟକ, ଅମିତା ବିଶ୍ୱାଳ, ବିଶ୍ୱଭୂଷଣ ମହାପାତ୍ର, ଅଜୟ ସାମଲ, ଇତିଶ୍ରୀ ମଲ୍ଲିକ ପ୍ରମୁଖ କଂଗ୍ରେସ ଶାସନ ସମୟରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପ୍ରତି ୧୨୧ ରୁ ୧୩୮ ଡଲାର ଥିବାବେଳେ ଜନସାଧାରଣ ପେଟ୍ରୋଲ ୬୪ ଟଙ୍କାରୁ ୭୮ ଟଙ୍କାରେ ଓ ରନ୍ଧନ ଗ୍ୟାସ ୪୧୪ ଟଙ୍କାରେ ପାଉଥିଲେ । ମାତ୍ର ଏବେ ଅଶୋଧିତ ତୈଳ ଦର ୧୦୦ ରୁ ୧୦୪ ଡଲାର ମଧ୍ୟରେ ରହିଥିଲେ ବି ଜନସାଧାରଣ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କାରୁ ୧୧୮ ଟଙ୍କାରେ ଓ ରନ୍ଧନ ଗ୍ୟାସ ୯୭୦ ଟଙ୍କାରୁ ୧୦୧୨ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପରିଣାମଦର୍ଶିତା ଯୋଗୁଁ ଦେଶବାସୀ ଏପରି ମହଙ୍ଗା ମାଡ଼ର ଶୀକାର ହୋଇଛନ୍ତିି ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜେନା, ଦେବାଶିଷ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ଅମିୟ ପଟ୍ଟନାୟକ, ଜ୍ଞାନଦେବ ବେଉରା, ଅଶୋକ ସାମଲ, ସ୍ୱାଧୀନବାଳା ଦାସ, ରଜତ ଚୌଧୁରୀ, ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ବିଶ୍ୱଭୂଷଣ ଦାସ, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ଶ୍ରେୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ମନୋରଞ୍ଜନ ରାଉତରାୟ, ସଂଜୟ ରାୟ, ମିତ୍ରଭାନୁ ମହାପାତ୍ର, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, ବଟକୃଷ୍ଣ ରାଉତରାୟ, ରାଜକିଶୋର ବାରିକ, ଜିନେଶ ଦାସ ପ୍ରମୁଙ୍କ ସମେତ ଯୁବ , ଛାତ୍ର ଓ ମହିଳା କଂଗ୍ରେସ, ସେବାଦଳ , ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତାମାନେ ସାମିଲ ଥିଲେ ।

Related story