ମୁଁ କିଛି ବିଶୃଙ୍ଖଳା କରିନି, ଯାହା କହିଛି ସତ କହିଛି: ତାରା

ଭୁବନେଶ୍ୱର: ମୁଁ କିଛି ବିଶୃଙ୍ଖଳା କରିନି। ଯାହା କହିଛି ସତ କହିଛି। ମୁଁ ଦଳ ବିରୋଧୀ କାମ କେବେ କରେନି କି କରିନାହିଁ। ଶୃଙ୍ଖଳା କମିଟିର ନୋଟିସ୍‌ ନେଇ ପ୍ରଶ୍ନର ଉତ୍ତରରେ ତାରା ବାହିନୀପତି ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଏ ମୁଁ ଜାଣିନି। କିଛି ନୋଟିସ୍‌ ମୋ ପାଖକୁ ଆସିନି କି କେହି ଫୋନ କରିନାହାନ୍ତି। ନୋଟିସ ମିଳିବା ପରେ ପଏଣ୍ଟ ଦେଖି ଉତ୍ତର ଦେବି।” ଆଜି ରାଜ୍ୟର ୩ ଜଣ […]

tara

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 03:50 PM IST

ଭୁବନେଶ୍ୱର: ମୁଁ କିଛି ବିଶୃଙ୍ଖଳା କରିନି। ଯାହା କହିଛି ସତ କହିଛି। ମୁଁ ଦଳ ବିରୋଧୀ କାମ କେବେ କରେନି କି କରିନାହିଁ। ଶୃଙ୍ଖଳା କମିଟିର ନୋଟିସ୍‌ ନେଇ ପ୍ରଶ୍ନର ଉତ୍ତରରେ ତାରା ବାହିନୀପତି ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଏ ମୁଁ ଜାଣିନି। କିଛି ନୋଟିସ୍‌ ମୋ ପାଖକୁ ଆସିନି କି କେହି ଫୋନ କରିନାହାନ୍ତି। ନୋଟିସ ମିଳିବା ପରେ ପଏଣ୍ଟ ଦେଖି ଉତ୍ତର ଦେବି।”

ଆଜି ରାଜ୍ୟର ୩ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ଏହି ନେତାମାନେ ହେଲେ ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଧାୟକ ପ୍ରଫୁଲ୍ଲ ମାଝି ଓ ଅନନ୍ତ ସେଠୀ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Related story