ସ୍ଥଗିତ ରହିବ ନିର୍ବାଚନ, ୭ଦିନ ସୁଦ୍ଧା କଂଗ୍ରେସ ଦେବ ନୂଆ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ଆସନ୍ତା ୧୭ତାରିଖରେ ଭୋଟଗ୍ରହଣ ସ୍ଥଗିତ ରହିବା ଏକରକମ ସ୍ପଷ୍ଟ ହୋଇଯାଇଛି। ପିପିଲି ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଅତିରିକ୍ତ ଜିଲ୍ଲାପାଳ ଏହି ମୃତ୍ୟୁ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବା ସହ ପୁଣିଥରେ କଂଗ୍ରେସକୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ସୁଯୋଗ ଦେବେ। ଆଉ ରିଟର୍ଣ୍ଣିଂ ଅଫିସରଙ୍କ ନୋଟିସ ପାଇବାର ୭ଦିନ ମଧ୍ୟରେ କଂଗ୍ରେସ ନିଜର ନୂଆ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର […]

odisha-Congress

odisha-Congress

Ordigital Desk
  • Published: Wednesday, 14 April 2021
  • Updated: 15 April 2021, 08:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ଆସନ୍ତା ୧୭ତାରିଖରେ ଭୋଟଗ୍ରହଣ ସ୍ଥଗିତ ରହିବା ଏକରକମ ସ୍ପଷ୍ଟ ହୋଇଯାଇଛି। ପିପିଲି ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଅତିରିକ୍ତ ଜିଲ୍ଲାପାଳ ଏହି ମୃତ୍ୟୁ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବା ସହ ପୁଣିଥରେ କଂଗ୍ରେସକୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ସୁଯୋଗ ଦେବେ। ଆଉ ରିଟର୍ଣ୍ଣିଂ ଅଫିସରଙ୍କ ନୋଟିସ ପାଇବାର ୭ଦିନ ମଧ୍ୟରେ କଂଗ୍ରେସ ନିଜର ନୂଆ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।

କରୋନାରେ ସଂକ୍ରମିତ ଥାଇ ୫୨ବର୍ଷୀୟ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ହେବାପରେ ପିପିଲିରେ ଉପନିର୍ବାଚନ କେବେ ହେବ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁସାରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟଦାନ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାର ତଥ୍ୟ ନେଇ ସନ୍ତୁଷ୍ଟ ହେଲେ ତତ୍କାଳ ଭୋଟଗ୍ରହଣକୁ ପ୍ରଥମେ ସ୍ଥଗିତ ରଖିବାକୁ ଘୋଷଣା କରିବେ। ତା’ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ ଓ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ସମ୍ପର୍କରେ ରିପୋର୍ଟ ଦେବେ।

ନିର୍ବାଚନ ଆୟୋଗ ଏହି ଜନପ୍ରତିନିଧି ଆଇନ-୧୯୫୨ର ଉପାଧାରା-୧ ଅନ୍ତର୍ଗତ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ମାନ୍ୟତାପ୍ରାପ୍ତ ରାଜନୀତିକ ଦଳ, ଯାହାର ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି ସେହି ଦଳକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନିମନ୍ତେ ୭ଦିନ ଭିତରେ ଆଉ ଜଣେ ପ୍ରାର୍ଥୀଙ୍କ ନାଁ ନାମାଙ୍କନ କରିବାକୁ ନୋଟିସ୍ ଜାରି କରିବେ । ସମ୍ପୃକ୍ତ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଧାରା ୩୦ରୁ ୩୭ ପର୍ଯ୍ୟନ୍ତ ସମସ୍ତ ପ୍ରାବଧାନ ଉପଲବ୍ଧ ହେବ, ଯାହା ନାମାଙ୍କନ ପତ୍ର ଦାଖଲ କରିଥିବା ଅନ୍ୟ ପ୍ରାର୍ଥୀଙ୍କ ପାଇଁ ହୋଇଥିଲା। ଅର୍ଥାତ୍ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଆବଶ୍ୟକ ସମୟ ଦିଆଯିବ। ତେବେ ଧାରା ୩୧(୧) ଅନ୍ତର୍ଗତ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବା କୌଣସି ପ୍ରାର୍ଥୀଙ୍କ ପାଇଁ ଏହା ଲାଗୁ ହେବନାହିଁ ।

ଜନପ୍ରତିନିଧି ଆଇନ-୧୯୫୨ ଧାରା -୩୮ ଅନ୍ତର୍ଗତ ଯେଉଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା(ନିର୍ବାଚନ ସ୍ଥଗିତ ହେବା ପୂର୍ବରୁ) ଉପଧାରା-୧ର ପ୍ରାବଧାନ ଅନୁସାରେ ରିଟର୍ଣ୍ଣିଂ ଅଫିସର ପୁଣିଥରେ ବୈଧ ନୂଆ ପ୍ରାର୍ଥୀଙ୍କୁ ମିଶାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ବିଧିବଦ୍ଧ ଭାବେ ପ୍ରକାଶ କରିବେ। ଏହାସହିତ ସମ୍ପୃକ୍ତ ମାନ୍ୟତାପ୍ରାପ୍ତ ରାଜନୀତିକ ଦଳର ପ୍ରାର୍ଥୀଙ୍କୁ ମଧ୍ୟ ଜନପ୍ରତିନିଧି ଆଇନର ଧାରା ୩୩ରୁ ୩୮ ପର୍ଯ୍ୟନ୍ତ ସମସ୍ତ ଉପଲବ୍ଧ ହେବ ଓ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ଦଳୀୟ ନିର୍ବାଚନ ଚିହ୍ନ ମିଳିବ। ଭୋଟ୍ ଗ୍ରହଣର ଦିନ ମଧ୍ୟ ସାନି ଧାର୍ଯ୍ୟ କରାଯିବ।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମଙ୍ଗରାଜଙ୍କର ଆଜି ମୃତ୍ୟୁପରେ ଆଇନତଃ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତତ୍କାଳ ନିର୍ବାଚନକୁ ସ୍ଥଗିତ ଘୋଷଣା କରିବା କଥା। ଏନେଇ ପରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବା ସହ ସ୍ଥଗିତ ରହିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ। ଯଦି ଏଭଳି ହୁଏ ତା’ହେଲେ ପିପିଲିରେ ଉପନିର୍ବାଚନ ମେ’ ୧୨ରୁ ୧୫ତାରିଖ ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି।

ସୂଚନାଯୋଗ୍ୟ, ପିପିଲି ନିର୍ବାଚନ ମଇଦାନରେ ୭ଟି ମାନ୍ୟତାପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୀତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀ ଅଛନ୍ତି। ଆସନ୍ତାକାଲି ନିର୍ବାଚନ ପ୍ରଚାରର ଶେଷଦିନ ଥିବାବେଳେ ୧୭ତାରିଖରେ ଭୋଟଗ୍ରହଣ ହୋଇଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story