ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ ସୁଦ୍ଧା ଶେଷ ହେବ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ। ଫେବ୍ରୁଆରୀ ସୁଦ୍ଧା ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରିବ। ବର୍ତ୍ତମାନ ସୁଦ୍ଧା ୬୨ରୁ ୬୩ ପ୍ରତିଶତ କାମ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି NHAI ଚିଫ୍ ଜେନେରାଲ ମ୍ୟାନେଜର ରାମପ୍ରସାଦ ପଣ୍ଡା। ୨.୪ କିମି ଲମ୍ବର ଫ୍ଲାଏ ଓଭର ପାଇଁ ୧୧୫ କୋଟି ବ୍ୟୟ ଅଟକଳ ହୋଇଥିଲା।
ରାଜଧାନୀ ଭୁବନେଶ୍ୱରରେ ଅନ୍ୟତମ ବ୍ୟସ୍ତବହୁଳ ସ୍ଥାନ ହେଉଛି ଖଣ୍ଡଗିରି। ଏଠାରେ ଐତିହାସିକ କିତ୍ତିରାଜୀ ଥିବାରୁ ଦୂରଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକ ଆସିଥାଆନ୍ତି। ଯେଉଁଥିପାଇଁ ଟ୍ରାଫିକ୍ ଜାମ ହୋଇଥାଏ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହୋଇଥାଏ। ଏହି ସମସ୍ୟା ଦୂର ପାଇଁ ଏନ୍ଏଚ୍ଏଆଇ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରୁଛି। ବ୍ରିଜ୍ ନିର୍ମାଣ ସରିଲେ ଦୁର୍ଘଟଣାରୁ ବହୁ ମାତ୍ରାରେ ଧନଜୀବନ ରକ୍ଷା ହୋଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।