ପୋଡ଼ାଗଡ଼ରେ ବଢ଼ିଲା କଣ୍ଟେନମେଣ୍ଟ ଅବଧି

କୋରାପୁଟ( ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ପୋଡ଼ାଗଡ଼ ପଞ୍ଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତର ୨୧ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଗତ ୨୮ ତାରିଖରୁ ପୋଡ଼ାଗଡ଼ର ୩ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ  କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା।  ଆଜି ମଧ୍ୟାହ୍ନ ୧୨ଟାରେ ସରିବାକୁ ଥିବା ଏହି ଅବଧିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁରି  ୪୮ ଘଣ୍ଟା ବୃଦ୍ଧି କରାଯାଇଛି । ଅର୍ଥାତ ଆସନ୍ତା ୪ […]

koraput-1--1

Niharika Rout
  • Published: Saturday, 02 May 2020
  • , Updated: 02 May 2020, 11:25 AM IST

କୋରାପୁଟ( ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ପୋଡ଼ାଗଡ଼ ପଞ୍ଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତର ୨୧ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଗତ ୨୮ ତାରିଖରୁ ପୋଡ଼ାଗଡ଼ର ୩ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ  କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା।  ଆଜି ମଧ୍ୟାହ୍ନ ୧୨ଟାରେ ସରିବାକୁ ଥିବା ଏହି ଅବଧିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁରି  ୪୮ ଘଣ୍ଟା ବୃଦ୍ଧି କରାଯାଇଛି । ଅର୍ଥାତ ଆସନ୍ତା ୪ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୋଡ଼ାଗଡ଼ରେ କଣ୍ଟେନମେଣ୍ଟ ଜୋନ କଟକଣା ବଳବତ୍ତର ରହିବ।

ପୋଡ଼ାଗଡ଼ ପଞ୍ଚାୟତର ୨୧ଟି ଗାଁରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଆବଶ୍ୟକ ସ୍ଥଳେ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଓରମାସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ଦରରେ ଗାଁ ମୁଣ୍ଡରେ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ଗାଁ ମୁଣ୍ଡକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଡାକିବା ପରେ ଗ୍ରାମବାସୀ ଜଣ ଜଣ କରି ଗେଟ୍ ନିକଟକୁ ଆସି ଆଳୁ, ପିଆଜ, ସାବୁନ, ତେଲ ଭଳି ଜିନିଷ କିଣୁଛନ୍ତି।

Related story