କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ତେଜୁଛି ବିବାଦ

ଭୁବନେଶ୍ୱର/ରାଉରକେଲା/(ଓଡ଼ିଶା ରିପୋର୍ଟର): କରୋନାର କରାଳ କାୟା ଭିତରେ କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ତେଜୁଛି ବିବାଦ । କେଉଁଠି ବିଦ୍ରୋହ ତ ଆଉ କେଉଁଠି ବିକ୍ଷୋଭ। ମାସେ ଧରି ବଳବତ୍ତର ଥିବା କଣ୍ଟେନମେଣ୍ଟ ଜୋନ୍‌ର ଉଚ୍ଛେଦ ଦାବି କରି ଆଜି ରାଉରକେଲା ମହତାବ ରୋଡ଼ରେ ହଙ୍ଗାମା କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ସତ, କିନ୍ତୁ ସମାଧାନର ବାଟ ଫିଟିନି। ତେବେ ରାଉରକେଲା ନୁହଁ, ଭୁବନେଶ୍ୱର […]

bvn

Tapas Behera
  • Published: Tuesday, 26 May 2020
  • , Updated: 26 May 2020, 08:58 PM IST

ଭୁବନେଶ୍ୱର/ରାଉରକେଲା/(ଓଡ଼ିଶା ରିପୋର୍ଟର): କରୋନାର କରାଳ କାୟା ଭିତରେ କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ତେଜୁଛି ବିବାଦ । କେଉଁଠି ବିଦ୍ରୋହ ତ ଆଉ କେଉଁଠି ବିକ୍ଷୋଭ। ମାସେ ଧରି ବଳବତ୍ତର ଥିବା କଣ୍ଟେନମେଣ୍ଟ ଜୋନ୍‌ର ଉଚ୍ଛେଦ ଦାବି କରି ଆଜି ରାଉରକେଲା ମହତାବ ରୋଡ଼ରେ ହଙ୍ଗାମା କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ସତ, କିନ୍ତୁ ସମାଧାନର ବାଟ ଫିଟିନି। ତେବେ ରାଉରକେଲା ନୁହଁ, ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ବି ଦେଖିବାକୁ ମିଳିଛି ଜନ ଅସନ୍ତୋଷ ।

ଷ୍ଟିଲସିଟି ରାଉରକେଲାର ମହତାବ ରୋଡ୍ ଆଜି ଅଶାନ୍ତ ହୋଇପଡ଼ିଥିଲା । ଲୋକଙ୍କ ଅଭିଯୋଗ, ମାସେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧୁସୂଦନ ଛକରୁ ଏ.ବି ଲେନ୍ ଏବଂ ଜନତା ନିବାସ ଗଳିରୁ ପାୱାର ହାଉସ୍ ରୋଡ଼୍‌କୁ ବଫର ଜୋନ୍ ଘୋଷଣା କରାଯାଇଥିଲା । ସେହିପରି ଏ.ବି.ଲେନକୁ ଜନତା ନିବାସ ଗଳି ରହିଥିଲା କଣ୍ଟେନମେଣ୍ଟ ଜୋନ୍ ଭିତରେ। ତେବେ ଗତକାଲି ବିଳମ୍ବିତ ରାତିରେ ବଫର୍ ଜୋନ୍ ଉଠାଇ ଦିଆଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍‌କୁ କେବଳ ସଙ୍କୁଚିତ କରି ଦିଆଯାଇଥିଲା। ଯାହାର ପ୍ରତିବାଦରେ ଆଜି ମହତାବରୋଡ଼ରେ ତୋମ୍ବିତୋଫାନ୍ କରିଥିଲେ ସ୍ଥାନୀୟ ବାସିନ୍ଦା। ପୁଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି ।

ଏଥିରେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ଦିଲ୍ଲୀପ ମୁର୍ମୁଙ୍କ ସହ ୧୨ ପୁଲିସ କର୍ମଚାରୀ ଏବଂ କିଛି ଲୋକ ଆହତ ହୋଇଛନ୍ତି । ସେହିପରି ଅବ୍ୟବସ୍ଥାର ଅଭିଯୋଗ ଆଣି ପ୍ରତିବାଦର ସ୍ବର ଉଠାଇଛନ୍ତି ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ନିକଟ କଳାଝରି ଗ୍ରାମବାସୀ । କଣ୍ଟେନମେଣ୍ଟ ଜୋନ୍‌କୁ ବିରୋଧ କରି ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ୩ ଦିନ ତଳେ ଏ ଅଂଚଳରୁ ଜଣେ ପଜିଟିଭ୍ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ହେଲେ ଜରୁରୀ ସାମଗ୍ରୀ ନଯୋଗାଇବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ ଗାଁ ଲୋକେ।

Related story