କାମ ସରିନି, ପୂରା ବିଲ୍‌ କରି ନେଇଛି ଠିକାଦାର

ଭଦ୍ରକ(ପାର୍ଥ ସାରଥୀ ନାୟକ): ଅକ୍ଟୋବର ୨ ସୁଦ୍ଧା ବାହ୍ୟ ମଳମୁକ୍ତ ଅଂଚଳ ଘୋଷଣା କରିବେ ସରକାର। ତେଣୁ ଗାଁ ଗାଁରେ ହିତାଧିକାରୀ ଚୟନ କରି ପାଇଖାନା ନିର୍ମାଣ କରାଯାଉଛି। ପାଇଖାନା ନିର୍ମାଣ ହେଉଛି, ହେଲେ କାମ ଅଧ ଖଣ୍ଡିଆ ହୋଇ ପଡ଼ି ରହୁଛି। ଠିକାଦାର ପାଇଖାନା ନିର୍ମାଣ ସମ୍ପୂର୍ଣ୍ଣ ନ କରି ବିଲ୍ କରି ନେଇ ଯାଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ପଞ୍ଚାୟତର ବାଘୁଆରି ଗାଁରୁ । […]

bhadrak000

Tapaswini Nayak
  • Published: Tuesday, 01 October 2019
  • , Updated: 01 October 2019, 01:01 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଅକ୍ଟୋବର ୨ ସୁଦ୍ଧା ବାହ୍ୟ ମଳମୁକ୍ତ ଅଂଚଳ ଘୋଷଣା କରିବେ ସରକାର। ତେଣୁ ଗାଁ ଗାଁରେ ହିତାଧିକାରୀ ଚୟନ କରି ପାଇଖାନା ନିର୍ମାଣ କରାଯାଉଛି। ପାଇଖାନା ନିର୍ମାଣ ହେଉଛି, ହେଲେ କାମ ଅଧ ଖଣ୍ଡିଆ ହୋଇ ପଡ଼ି ରହୁଛି। ଠିକାଦାର ପାଇଖାନା ନିର୍ମାଣ ସମ୍ପୂର୍ଣ୍ଣ ନ କରି ବିଲ୍ କରି ନେଇ ଯାଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ପଞ୍ଚାୟତର ବାଘୁଆରି ଗାଁରୁ ।

ସ୍ୱଚ୍ଛ ଭାରତ ଯୋଜନାରେ ବାଘୁଆରି ଗାଁର ୧୫ରୁ ୨୦ ଜଣ ହିତାଧିକାରୀଙ୍କ ନାଁରେ ପାଇଖାନା ଘର ଆସିଥିଲା। ଏହାକୁ ତିଆରି କରିବା ପାଇଁ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ପାଇଖାନା ଗୋଟା ୧୨ ହଜାର ଟଙ୍କା ବିଲ୍‌ ହୋଇଥିଲା। ଗାଁରେ ପାଇଖାନା ଘର ତିଆରି ହୋଇଛି, ପ୍ୟାନ୍‌ ବସିଛି, କାନ୍ଥରେ ରଙ୍ଗ ମରା ସରିଛି।ହେଲେ  ଟାଙ୍କି ଓ କବାଟ ଲଗା ଯାଇ ନାହିଁ। ଟାଙ୍କି ବସି ନଥିବାରୁ ପାଇପ୍ ସଂଯୋଗ ହୋଇ ପାରି ନାହିଁ। ହେଲେ ଠିକାଦାର ଅଧା କାମ କରି ପାଇଖାନାର ଫଟୋ ଉଠାଇ ବିଲ୍ କରାଇ ନେଇଯାଇଛି। ଏନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଅଧା ଖଣ୍ଡିଆ ହୋଇ ପାଇଖାନା ଘର ପଡ଼ି ରହିଥିବାରୁ ଲୋକମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି।

ଏନେଇ ହିତାଧିକାରୀ ଲକ୍ଷ୍ମୀପ୍ରିୟା ସାହୁ କହିଛନ୍ତି, “ପାଇଖାନା ତିଆରି ହୋଇଛି। ହେଲେ ନନ୍ଦ ବସି ନାହିଁ, କବାଟ ଲାଗି ନାହିଁ କି ପାଇପ୍‌ ବସି ନାହିଁ। ମାସେ ହେଲା ପଇସା ନେଇ ଠିକାଦାର ପଳାଇ ଯାଇଛି। ଶୌଚ ହେବାକୁ ଆମକୁ ପଦା ଯିବାକୁ ପଡ଼ୁଛି।”

ଅନ୍ୟପକ୍ଷରେ ହିତାଧିକାରୀଙ୍କ ଅଭିଯୋଗକୁ ଠିକାଦାର ଖଣ୍ଡନ କରିଛନ୍ତି। କାମ ଚାଲିଛି ବୋଲି ଠିକାଦାର ଟୁକୁନା ଦାସ କହିଛନ୍ତି।

ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଯେ ପାଇଖାନା ଘର କାମ ଚାଲିଛି। ବିଲ୍‌ ହୋଇନାହିଁ।

ସେ ଆହୁରି କହିଛନ୍ତି,“ପାଇଖାନା ଘର ତିଆରି ହେବା ପରେ ଜିଓ ଟ୍ୟାଗିଂ କରି ଦେଉଛୁ। ପରେ ପାଇଖାନା ଘର ସରିବା ପରେ ବିଲ୍ କରୁ। ତା’ ପରେ ଭେରିଫିକେସନ୍‌ କରାଯାଏ।”

ଅଧା କାମ କରି ଠିକାଦାର ପାଇଖାନାର ଫଟୋ ଉଠାଇ ବିଲ୍ କରାଇ ନେଉଥିବା ଅଭିଯୋଗ ପୁରୁଷୋତ୍ତମପୁର ବିନ୍ଧାରେ ସମେତ ପ୍ରାୟ ପଞ୍ଚାୟତରୁ ଆସିଛି।

Related story