ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ, ଥାନାକୁ ଗଲା ମାମଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ସବ୍‌ କା ମାଲିକ ଏକ୍‌। ଏଭଳି କିଛି ଥିମ୍‌ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। ଏହାକୁ ନେଇ ଉପୁଜିଛି ବିବାଦ। ଏପରିକି ଏହି ମାମଲା ଏବେ ଥାନାରେ ପହଞ୍ଚିଛି। ମାଲକାନଗିରି ପୂଜା ମଣ୍ଡପରେ ପୂଜା ପାଉଥିବା ତିନୋଟି ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତିକୁ ନେଇ ଦେଖାଦେଇଛ ବିବାଦ। ମାମଲକାନଗିରି ସଦର ମହକୁମା ସ୍ଥିତ ମେଡିକାଲ ଛକରେ ହିନ୍ଦୁ, ମୁସ୍‌ଲିମ୍‌ ଓ ଖ୍ରୀଷ୍ଟିଆନ୍ ଧର୍ମ ଆଧାରରେ ତିନୋଟି ଗଣେଶ ମୂର୍ତ୍ତି […]

Ganesh Puja

Madhupriya Mistry
  • Published: Thursday, 01 September 2022
  • , Updated: 01 September 2022, 02:19 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ସବ୍‌ କା ମାଲିକ ଏକ୍‌। ଏଭଳି କିଛି ଥିମ୍‌ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। ଏହାକୁ ନେଇ ଉପୁଜିଛି ବିବାଦ। ଏପରିକି ଏହି ମାମଲା ଏବେ ଥାନାରେ ପହଞ୍ଚିଛି।

ମାଲକାନଗିରି ପୂଜା ମଣ୍ଡପରେ ପୂଜା ପାଉଥିବା ତିନୋଟି ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତିକୁ ନେଇ ଦେଖାଦେଇଛ ବିବାଦ। ମାମଲକାନଗିରି ସଦର ମହକୁମା ସ୍ଥିତ ମେଡିକାଲ ଛକରେ ହିନ୍ଦୁ, ମୁସ୍‌ଲିମ୍‌ ଓ ଖ୍ରୀଷ୍ଟିଆନ୍ ଧର୍ମ ଆଧାରରେ ତିନୋଟି ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଇଛି। ତେବେ 'ସବ୍‌କା ମାଲିକ୍ ଏକ୍ ହୈ..' ଥିମ୍‌ରେ ତିନିଟି ଭିନ୍ନ ଭିନ୍ନ ଧର୍ମୀୟ ସଂକେତଙ୍କୁ ଦର୍ଶାଉଥିବା ଏ ମୂର୍ତ୍ତିସବୁକୁ ନେଇ ହଙ୍ଗାମା ହୋଇଛି।

ଗଣେଶଙ୍କ ଏଭଳି ବିକୃତ ମୂର୍ତ୍ତି ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ଦର୍ଶାଇ ବିଶ୍ୱହିନ୍ଦୁ ପରିଷଦ ଏହାର ଦୃଢ଼ ବିରୋଧ କରିଛି। ଏନେଇ ସଙ୍ଗଠନର ଅଭିଯୋଗ ଆଧାରରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ତୁରନ୍ତ ମଣ୍ଡପରୁ ଏଭଳି ବିକୃତ ମୂର୍ତ୍ତି ହଟାଇବା ଲାଗି ସଙ୍ଗଠନ ଦାବି କରିଛି। ସେପଟେ ଏ ନେଇ ଏହି ପୂଜା ଆୟୋଜନ କରିଥିବା ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story