ନିଜସ୍ୱ ଖର୍ଚ୍ଚରେ ଓଡ଼ିଶାର ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଟିକାକରଣ କରନ୍ତୁ କେନ୍ଦ୍ରୀୟ ପିଏସୟୁ : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପିଏସୟୁ ଗୁଡ଼ିକ ଟିକା କିଣି ନିଜର କର୍ମଚାରୀଙ୍କୁ ଟିକା ଦେବା ସହ ସମାଜର ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଇବା ଉପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ […]

Dharmendra

Dharmendra

Ordigital Desk
  • Published: Thursday, 06 May 2021
  • Updated: 06 May 2021, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପିଏସୟୁ ଗୁଡ଼ିକ ଟିକା କିଣି ନିଜର କର୍ମଚାରୀଙ୍କୁ ଟିକା ଦେବା ସହ ସମାଜର ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଇବା ଉପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ରାଜ୍ୟରେ ଟେଷ୍ଟି, ଭେଂଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ପରମର୍ଶ ଦେଇଛନ୍ତି ।

dharmendraଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ବିକଶିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିବା ସହ ଓଡ଼ିଶାରେ ପରିଚାଳିତ ପିଏସୟୁ, କେନ୍ଦ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନ, ବ୍ୟାଙ୍କିଂ କ୍ଷେତ୍ର ତଥା କର୍ପୋରେଟ୍ ସେକ୍ଟର ଏହି ମାହାମାରୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ତିଆରି କରିବା ଦରକାର । ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା, ଆଇସୋଲେସନ ବେଡର କ୍ଷମତା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଅକ୍ସିଜେନ ସଂଯୁକ୍ତ ବେଡକୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା ସହ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବା ଆବଶ୍ୟକ । ସମସ୍ତ ଅଂଶୀଦାର ମାନେ ଟେଷ୍ଟିଂ, ଟିକାକରଣ ସୁବିଧା, ଭେଟିଂଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତ୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଦରକାର ।

ରାଜ୍ୟର ଦୁଇଟି ଅଗ୍ରଣୀ ଇନଷ୍ଟିଚ୍ୟୁଟ୍ ଆରଏମଆରସି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସକୁ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଲି ଏବଂ ପିଏସୟୁ ଗୁଡ଼ିକୁ ମଧ୍ୟ ନିଜ ନିଜ ବ୍ୟବସ୍ଥାରେ ଟେଷ୍ଟିଂ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହି ଆଲୋଚନାରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା, ଆଇଏଲଏସର ନିର୍ଦ୍ଦେଶକ, ଆରଏମଆରସିର ନିର୍ଦ୍ଦେଶିକା, ଏନସିସିର ଓଡ଼ିଶା ଜୋନର ଇନଚାର୍ଜ, ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ଭୁବନେଶ୍ୱରର ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ୍ ରେଲୱେର ଜେନେରାଲ ମ୍ୟାନେଜର, ଏସବିଆଇ ବ୍ୟାଙ୍କ୍ ଓଡିଶା ଶାଖାର ସିଜିଏମ, ଏମସିଏଲର ସିଏମଡ଼ି ପି.କେ ସିହ୍ନା, ଏନଟିପିସିର ଆରଇଡ଼ି ଇନଚାର୍ଜ, ପାରାଦୀପ ପୋର୍ଟର ଇନଚାର୍ଜ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos