ବିଜେଡି ସମର୍ଥକଙ୍କ ଗୁଣ୍ଡାରାଜ, ଥାନାରେ ପଶି ପୁଲିସ ଓ ଅଟକ ବ୍ୟକ୍ତିଙ୍କୁ କଲେ ଲହୁଲୁହାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍‌ ନେତା, ମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥାଏ। ହେଲେ ଆଜି ସେହି ପୁଲିସ ନେତାଙ୍କ ପାଖରେ ଅସହାୟ ହୋଇପଡ଼ିଛି। ଡ୍ୟୁଟିରେ ଥିବା ବେଳେ ପୁଲିସ ଶାସକ ଦଳ କର୍ମୀଙ୍କ ଠାରୁ ମାଡ଼ ଖାଇଛନ୍ତି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ସହିଦ ନଗର ଥାନାରେ ଘଟିଛି ଏପରି ଘଟଣା। ଶାସକ ବିଜେଡି ଦଳର ନେତା ଓ ତାଙ୍କ ସମର୍ଥକମାନେ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୁଲିସ ନିଜେ ମାଡ଼ […]

abp-attack-police-in-bbsr

abp-attack-police-in-bbsr

Manoranjan Sial
  • Published: Monday, 04 March 2019
  • Updated: 04 March 2019, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍‌ ନେତା, ମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥାଏ। ହେଲେ ଆଜି ସେହି ପୁଲିସ ନେତାଙ୍କ ପାଖରେ ଅସହାୟ ହୋଇପଡ଼ିଛି। ଡ୍ୟୁଟିରେ ଥିବା ବେଳେ ପୁଲିସ ଶାସକ ଦଳ କର୍ମୀଙ୍କ ଠାରୁ ମାଡ଼ ଖାଇଛନ୍ତି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ସହିଦ ନଗର ଥାନାରେ ଘଟିଛି ଏପରି ଘଟଣା। ଶାସକ ବିଜେଡି ଦଳର ନେତା ଓ ତାଙ୍କ ସମର୍ଥକମାନେ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୁଲିସ ନିଜେ ମାଡ଼ ଖାଇଥିଲେ ମଧ୍ୟ ନିଜ ବିଭାଗର ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଏପରି ଘଟଣା ଘଟିବାର ୨୪ ଘଣ୍ଟା ପୂରିବାକୁ ବସିଥିବା ବେଳେ ପୁଲିସ କାହାରିକୁ ଗିରଫ କରିପାରିନାହିଁ। ଅନ୍ୟପକ୍ଷରେ ପୁଲିସ କମିଶନର କହୁଛନ୍ତି, ସିସିଟିଭି ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଭିଏସ୍ଏସ୍‌ ନଗରରେ ଏକ କାର୍‌ ସହ ବାଇକ୍‌ର ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ କାରଟି ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କର। ଏ ସମ୍ପର୍କରେ ସୂଚନା ପାଇବା ପରେ ସହିଦନଗର ଥାନାରେ ଦଳବଳ ଧରି ଏତଲା ଦେବା ପାଇଁ ପହଞ୍ଚିଥିଲେ ପ୍ରକାଶ। ଠିକ୍ ଏହି ସମୟରେ ବାଇକ୍‌ ଚାଳକଙ୍କ ଗୋଷ୍ଠୀ ପହଞ୍ଚିବା ପରେ ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ସହିଦନଗର ଥାନାରେ ହୋଇଥିଲା ତୁମୂଳ ସଂଘର୍ଷ।

ପୁଲିସ କର୍ମଚାରୀଙ୍କ ସମେତ ପୁଲିସ୍ ହେପାଜତରେ ଥିବା ଅନ୍ୟ ୩ ଯୁବକଙ୍କୁ ବିଜେଡି ନେତା ପ୍ରକାଶ ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ସହିଦନଗର ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିରୁ ପୁଲିସ କର୍ମଚାରୀ ବର୍ତ୍ତି ପାରିନଥିଲେ। ସେମାନଙ୍କୁ ମଧ୍ୟ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣେ ପୁଲିସ୍ ଏଏସ୍‌ଆଇ ଅଭିଯୋଗ କରିଛନ୍ତି। ଏହି ସଂଘର୍ଷରେ ନିଜେ ପ୍ରକାଶ ତ୍ରିପାଠୀ ମଧ୍ୟ ଆହତ ହୋଇଛନ୍ତି।

ଆହତ ହୋଇଥିବା ସହିଦନଗର ଥାନାର ଏଏସ୍‌ଆଇ ଅଭୟ ରାଉତ କହିଛନ୍ତି-“ପ୍ରକାଶ ତ୍ରିପାଠୀ ଆଣିଥିବା ୨୦ରୁ ଅଧିକ ଗୁଣ୍ଡା ମିଶି ମୋ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏପରିକି ଆଇଆଇସିଙ୍କ ଉପରକୁ ଫୁଲ କୁଣ୍ଡ ମଧ୍ୟ ଫିଙ୍ଗିଥିଲେ। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନିଛି। କିନ୍ତୁ ସେମାନଙ୍କ ନାଁ ଜାଣିନି। ସେମାନଙ୍କୁ ଦେଖିଲେ ଚିହ୍ନି ପାରିବି।”

ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଥାନା ପରିସରରେ ଏତେବଡ଼ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲେ ମଧ୍ୟ ଆଜି ଦିନତମାମ୍ ହାତବାନ୍ଧି ବସିଥିଲା କମିଶନରେଟ୍ ପୁଲିସ। ତେବେ ସହିଦନଗର ଥାନାରେ ମାଡ଼ ଖାଇଥିବା ଏଏସ୍ଆଇ ଅଭୟ ରାଉତ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରୁଛି।

ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବା ସହ ସମସ୍ତ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି।

ଥାନା ଭିତରେ ପୁଲିସକୁ ମାଡ଼ ନେଇ ରାଜଧାନୀରେ ରାଜନୀତି ଜୋର ଧରିଛି। ଶାସକ ଦଳର ସଦସ୍ୟଙ୍କ ଏଭଳି ଆତଙ୍କରାଜକୁ ବିଜେପି ତୀବ୍ର ସମାଲୋଚନା କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ରାଜ୍ୟର ସାଧାରଣ ଲୋକଙ୍କୁ ପୁଲିସ ସୁରକ୍ଷା ଦେଇଥାଏ। ମାତ୍ର ଆଜି ସେମାନେ ସୁରକ୍ଷିତ ନାହାନ୍ତି। ବର୍ତ୍ତମାନ ଆମକୁ କିଏ ସୁରକ୍ଷା ଦେବ? ଗତକାଲି ରାତିରେ ଥାନା ଭିତରେ ଯେଉଁମାନେ ଗଣ୍ଡଗୋଳ କରୁଥିଲେ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ।”

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ପୁଲିସ ଘଟଣାର ତଦନ୍ତ କରୁଛି। ଯିଏ ଦୋଷୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ୍‌ ତା’ ବାଟରେ ଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story