ପୁଲିସର ନିଦ ହଜିଗଲାଣି, ଲୁଟେରାଙ୍କୁ ଧରିବାକୁ ବ୍ୟବହାର କରୁଛି ଫିଙ୍ଗରପ୍ରିଣ୍ଟ୍‌ ରେସ୍‌ପନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ସିରିଜ ଲୁଟ୍ ଓ ଡକାୟତି ଘଟଣାର ଟେର ପାଉନି କମିଶନରେଟ ପୁଲିସ। ଲୁଟ୍ ଓ ଡକାୟତି ଘଟଣାର ତିନୋଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ବ୍ଲକିଂ ଓ ଚେକିଂ ବେଳେ ଫିଙ୍ଗରପ୍ରିଣ୍ଟ ରେସ୍‌ପନ୍ସ କିଟ୍‌ ବ୍ୟବହାର କରାଯାଉଛି। କେତେଗୁଡ଼ିଏ ଲୁଟ୍‌ ଘଟଣାର ପୁରୁଣା ଫାଇଲ୍‌ ନାଲି ଫିତା ତଳେ ଚାପି ହୋଇ ରହିଥିବା ବେଳେ ଏସବୁ ମାମଲାର ଭବିଷ୍ୟତ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଜୁଲାଇ […]

road-block-2-1..

road-block-2-1..

Manoranjan Sial
  • Published: Thursday, 01 August 2019
  • Updated: 01 August 2019, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ସିରିଜ ଲୁଟ୍ ଓ ଡକାୟତି ଘଟଣାର ଟେର ପାଉନି କମିଶନରେଟ ପୁଲିସ। ଲୁଟ୍ ଓ ଡକାୟତି ଘଟଣାର ତିନୋଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ବ୍ଲକିଂ ଓ ଚେକିଂ ବେଳେ ଫିଙ୍ଗରପ୍ରିଣ୍ଟ ରେସ୍‌ପନ୍ସ କିଟ୍‌ ବ୍ୟବହାର କରାଯାଉଛି। କେତେଗୁଡ଼ିଏ ଲୁଟ୍‌ ଘଟଣାର ପୁରୁଣା ଫାଇଲ୍‌ ନାଲି ଫିତା ତଳେ ଚାପି ହୋଇ ରହିଥିବା ବେଳେ ଏସବୁ ମାମଲାର ଭବିଷ୍ୟତ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

ଜୁଲାଇ ୩୦ ତାରିଖରେ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ବଡ଼ଗଡ଼ର ସ୍ନାକ୍ସ ବ୍ୟବସାୟୀ ଦେବେନ୍ଦ୍ର ଦଳେଇ। ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବା ବେଳେ ଗଙ୍ଗୁଆ କେନାଲ ବନ୍ଧ ନିକଟରେ ଦୁଇ ଜଣ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଲୁଟେରାଙ୍କ କବଳରୁ ଖସି ପଳାଇବାକୁ ଉଦ୍ୟମ କଲା ବେଳେ ତାଙ୍କ ମୁଣ୍ଡ, ହାତ, ଗୋଡ଼ରେ ଆଘାତ ଲାଗିଥିଲା।

ଜୁଲାଇ ୨୪ ତାରିଖରେ ବ୍ୟାଙ୍କରୁ ଘରକୁ ଫେରିବା ବେଳେ ଦୟାନଦୀ ରୋଡ୍‌ରେ ସବିତା ମହାପାତ୍ର ନାମକ ଜଣେ ମହିଳାଙ୍କୁ ଲୁଟେରା ଟାର୍ଗେଟ କରିଥିଲେ। ତାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେବା ବେଳେ ଚଳନ୍ତା ଗାଡ଼ିରୁ ପଡ଼ିଯାଇ ଆହତ ହୋଇଥିଲେ ଶ୍ରୀମତୀ ମହାପାତ୍ର। ଏମିତିକି ତାଙ୍କ ପିନ୍‌ ନମ୍ବର ନେଇ ଏଟିଏମରୁ ୪୨ ହଜାର ଟଙ୍କା ଉଠାଇ ନେଇଥିଲେ ଲୁଟେରା। ଏହି ଘଟଣାରେ ଏବେବି ପୁଲିସ ହାତ ଖାଲି।

ଜୁଲାଇ ୩୦ ତାରିଖରେ ହୋଇଥିବା ୪ଟି ଲୁଟ୍‌ର ପତ୍ତା ପାଇନି କମିଶନରେଟ ପୁଲିସ। ଲୁଟ ପଛରେ ତିନୋଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରୁଛି ପୁଲିସ। ତଦନ୍ତରେ ଏବେ ସ୍ପେଶାଲ ସ୍କାର୍ଡକୁ ସାମିଲ କରାଯାଇଛି। ତଥାପି ପୁଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇନି। ଏବେ ସହର ଉପକଣ୍ଠରେ ସୁରକ୍ଷା ବଢାଇ ଦିଆଯାଇଛି। ଭୁବନେଶ୍ୱର-ପୁରୀ ବାଇପାସ ରୋଡରେ ପାଟ୍ରେଲିଂ, ବିଭିନ୍ନ ଛକରେ ବ୍ଲକିଂ ଚେକିଂ ବେଳେ ଫିଙ୍ଗରପ୍ରିଣ୍ଟ ରେସପନ୍ସ କିଟ୍‌ ବ୍ୟବହାର କରାଯାଉଛି। ସନ୍ଦିଗ୍ଧଙ୍କ ବିରୋଧରେ ପୂର୍ବରୁ କିଛି ଅପରାଧର ରେକର୍ଡ ରହିଛି କି ନାହିଁ, ଫିଙ୍ଗର ପ୍ରିଣ୍ଟ ନେଇ ସର୍ଭରରେ ଥିବା ଫିଙ୍ଗରପ୍ରିଣ୍ଟ ସହ ମେଳ କରାଯାଉଛି। ରସୁଲଗଡ଼ ଲୁଟ୍ ଘଟଣାରେ ପୁଲିସ ସ୍ଥାନୀୟ ଯୁବକ ସଂଘକୁ ପ୍ୟାଟ୍ରୋଲିଂରେ ସାମିଲ କରିଛି। ସିରିଜ ଲୁଟ୍ ଓ ଡକାୟତି ଘଟଣାରେ ସନ୍ଦେହରେ ପୁଲିସ କେତେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos