ଆଇଓସିଏଲ୍‌କୁ ସୁଧ ମୁକ୍ତ ଋଣ ପ୍ରତ୍ୟାହାର ବିବାଦ: କୋର ଗ୍ରୁପ୍‌ ବୈଠକରେ ନିର୍ଯାସ ବାହାରିଲାନି

ନୂଆଦିଲ୍ଲୀ: ରାଜ୍ୟ ସରକାର ଓ ଆଇଓସିଲ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନର ନାଁ ଧରୁନି। ଆଜି ନୂଆଦିଲ୍ଲୀର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟରେ ବସିଥିବା ବୈଠକରେ କୌଣସି ନିର୍ଯାସ ବାହାରିପାରିନି। ଆଜିର ବୈଠକରେ ଓଡ଼ିଶା ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ି, ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଆଇସିଏଲ୍‌ର ଉଚ୍ଚ ପଦସ୍ଥ ଅଧିକାରୀ ଯୋଗଦେଇ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ସ ବାହାରି ପାରିନଥିଲା। ବୈଠକ ପରେ ମୁଖ୍ୟଶାସନ ସଚିବ ପାଢ଼ୀ କହିଛନ୍ତି,“ଆପୋଷ ସମାଧାନ ପାଇଁ ହାଇକୋର୍ଟଙ୍କୁ ଅଧିକ […]

iocl

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 05:42 PM IST

ନୂଆଦିଲ୍ଲୀ: ରାଜ୍ୟ ସରକାର ଓ ଆଇଓସିଲ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନର ନାଁ ଧରୁନି। ଆଜି ନୂଆଦିଲ୍ଲୀର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟରେ ବସିଥିବା ବୈଠକରେ କୌଣସି ନିର୍ଯାସ ବାହାରିପାରିନି।

ଆଜିର ବୈଠକରେ ଓଡ଼ିଶା ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ି, ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଆଇସିଏଲ୍‌ର ଉଚ୍ଚ ପଦସ୍ଥ ଅଧିକାରୀ ଯୋଗଦେଇ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ସ ବାହାରି ପାରିନଥିଲା। ବୈଠକ ପରେ ମୁଖ୍ୟଶାସନ ସଚିବ ପାଢ଼ୀ କହିଛନ୍ତି,“ଆପୋଷ ସମାଧାନ ପାଇଁ ହାଇକୋର୍ଟଙ୍କୁ ଅଧିକ ସମୟ ମଗାଯିବ। ପୂର୍ବରୁ ହାଇକୋର୍ଟ ସମାଧାନ ପାଇଁ ୨ ମାସ ସମୟ ଦେଇଥିଲେ। ବୈଠକରେ ଉଭୟ ପକ୍ଷ ତଥ୍ୟ ଆଦାନ ପ୍ରଦାନ କଲେ। ଚଳିତ ମାସ ଶେଷ ସୁଦ୍ଧା ପରବର୍ତ୍ତୀ ବୈଠକ ହେବାର ସମ୍ଭାବନ ରହିଛି।”

Related story