ଆସୁଛନ୍ତି ପ୍ରବାସୀ, ଲାଗିଲା କର୍ଫ୍ୟୁ

ଟିଟିଲାଗଡ଼:(ଓଡ଼ିଶା ରିପୋର୍ଟର): ଟିଟିଲାଗଡ଼ ସହରରେ କାଲି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ।  ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଆଦେଶମତେ ଏହି କର୍ଫ୍ୟୁ ଜାରି ହୋଇଛି। ଏହି ସମୟ ଭିତରେ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ର ପାନଭିଲରୁ ଆସନ୍ତାକାଲି ସ୍ପେଶାଲ ଟ୍ରେନରେ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଏହି ଟ୍ରେନ୍‌ରୁ ଶତାଧିକ ଶ୍ରମିକ କାଲି ଟିଟିଲାଗଡ଼ […]

6nm1

Tapas Behera
  • Published: Saturday, 09 May 2020
  • , Updated: 09 May 2020, 10:51 PM IST

ଟିଟିଲାଗଡ଼:(ଓଡ଼ିଶା ରିପୋର୍ଟର): ଟିଟିଲାଗଡ଼ ସହରରେ କାଲି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ।  ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଆଦେଶମତେ ଏହି କର୍ଫ୍ୟୁ ଜାରି ହୋଇଛି।

ଏହି ସମୟ ଭିତରେ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହାରାଷ୍ଟ୍ର ପାନଭିଲରୁ ଆସନ୍ତାକାଲି ସ୍ପେଶାଲ ଟ୍ରେନରେ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଏହି ଟ୍ରେନ୍‌ରୁ ଶତାଧିକ ଶ୍ରମିକ କାଲି ଟିଟିଲାଗଡ଼ ଷ୍ଟେସନରେ ଓହ୍ଲାଇବା ସମ୍ଭାବନା ରହିଛି। ସମସ୍ତଙ୍କୁ ସୁରୁଖୁରୁରେ କ୍ୱାରେଣ୍ଟିନ କେନ୍ଦ୍ରରେ ପହଞ୍ଚାଇବା ପାଇଁ କର୍ଫ୍ୟୁ ଜାରି ହୋଇଛି।

Related story