ପୁରୀ ଜିଲ୍ଲାରେ ପୁଣି ହେବ କର୍ଫ୍ୟୁ

ପୁରୀ(ଓଡ଼ିଶା ରିପୋର୍ଟର):ବାହୁଡ଼ା ଯାତ୍ରା ପାଇଁ ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ। ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗିବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ ଏହି କଟକଣା  ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ  ସୂଚନା ଦେଇଛନ୍ତି।ସେହିପରି ଜୁଲାଇ ୧ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ ହେବ। ୪ ଦିନ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ […]

puri-1

Tapas Behera
  • Published: Saturday, 27 June 2020
  • , Updated: 27 June 2020, 08:16 PM IST

ପୁରୀ(ଓଡ଼ିଶା ରିପୋର୍ଟର):ବାହୁଡ଼ା ଯାତ୍ରା ପାଇଁ ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ। ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗିବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ ଏହି କଟକଣା  ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ  ସୂଚନା ଦେଇଛନ୍ତି।ସେହିପରି ଜୁଲାଇ ୧ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ ହେବ।

୪ ଦିନ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ, ଲଜ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ। ନିଜ ଘରେ କେବଳ ନିଜେ ରହିପାରିବେ, ବାହାର ଲୋକ ରଖିବା ମନା କରାଯାଇଛି।  ଘରେ ରହି ପ୍ରଭୁଙ୍କୁ ଦର୍ଶନ କରିବାକୁ ନିବେଦନ କଲେ ଜିଲ୍ଲାପାଳ। ପୂର୍ବରୁ ରଥଯାତ୍ରା ସମୟରେ ପୁରୀ ସହରରରେ କର୍ଫ୍ୟୁ ଜାରି କରାଯାଇଥିଲା।

Related story