ଏପ୍ରିଲରେ କରୋନା ଆକ୍ଟିଭ କେସ୍ ୫୦ହଜାର ଟପିଲା, ୮୬ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ମାସରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ରାଜ୍ୟରେ ଘାତକ ହେବାରେ ଲାଗିଛି। ଏପରିକି କେବଳ ଏପ୍ରିଲ ମାସରେ ସଂକ୍ରମଣ ସଂଖ୍ୟା ୨୨୪୬ର ବୃଦ୍ଧି ପାଇ ୫୦୯୫୮ରେ ପହଂଚିଲାଣି। ଯାହାକି ପ୍ରାୟ ୨୦୦ଗୁଣ ଅଧିକ। ଆଜି କରୋନା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ ୫୦,୯୫୮ଜଣ ସକ୍ରିୟ କରୋନା […]

covid-19

Ranjit Kumar Jena
  • Published: Tuesday, 27 April 2021
  • , Updated: 27 April 2021, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ମାସରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ରାଜ୍ୟରେ ଘାତକ ହେବାରେ ଲାଗିଛି। ଏପରିକି କେବଳ ଏପ୍ରିଲ ମାସରେ ସଂକ୍ରମଣ ସଂଖ୍ୟା ୨୨୪୬ର ବୃଦ୍ଧି ପାଇ ୫୦୯୫୮ରେ ପହଂଚିଲାଣି। ଯାହାକି ପ୍ରାୟ ୨୦୦ଗୁଣ ଅଧିକ।

ଆଜି କରୋନା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ ୫୦,୯୫୮ଜଣ ସକ୍ରିୟ କରୋନା ସଂକ୍ରମିତ ଥିବାବେଳେ ୭ଟି ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଆକ୍ଟିଭ କେସ୍ ରହିଛି।ଏବେ ରାଜ୍ୟରେ ମୋଟ ୩୧୪୭୧ଟି ବେଡ୍ ଓ ଆଇସିୟୁ ବେଡ୍ ବ୍ୟତୀତ ୧୭୪୯୫ଟି ବେଡରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ଉଭୟ ସରକାରୀ ଓ ବେସରକାରୀ କୋଭିଡ୍ ହସପ୍‌ଟାଲରେ ବେଡ୍ ସଂଖ୍ୟା ବୃଦ୍ଧି ସହ ଅଧିକ ସଂଖ୍ୟକ ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଏବେ ଦୈନିକ ୪୨.୧୦ ମେଟ୍ରିକ ଟନ୍ ଅକ୍ସିଜେନ ବ୍ୟବହାର କରାଯାଉଛି ବୋଲି କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଏପ୍ରିଲ ପହିଲାରେ ରାଜ୍ୟରେ ମୋଟ ୨୨୪୬ଜଣ କରୋନା ସକ୍ରିୟ ସଂକ୍ରମିତ ଥିବାବେଳେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ତାହା ୫୧ହଜାର ଛୁଇଁଛି। ସେହିପରି ଏପ୍ରିଲ ପହିଲା ସୁଦ୍ଧା କରୋନାରେ ମୋଟ ୧୯୨୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ତାହା ବୃଦ୍ଧି ପାଇଁ ୨୦୦୭ରେ ପହଂଚିଛି। ଅର୍ଥାତ୍ ଗତ ୨୬ଦିନ ମଧ୍ୟରେ ମୋଟ ୮୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି।

କରୋନା ସଂକ୍ରମିତଙ୍କ ସଂଖ୍ୟା ଏପ୍ରିଲ ପହିଲାରେ ମାତ୍ର ୨୨୪୬ଥିବାବେଳେ ଏପ୍ରିଲ ୧୫ରେ ତାହା ୧୪୬୨୧ ଓ ଏପ୍ରିଲ ୨୭ରେ ୫୦୯୫୮ ହୋଇଛି। ଏବେ ରାଜ୍ୟର ୧୪ଟି ଜିଲ୍ଲାରେ ୧ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ସହ ରେଡ୍ ଜୋନ ଘୋଷଣା ହୋଇଥିବାବେଳେ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲାରେ ୬୦ ପ୍ରତିଶତ ସକ୍ରିୟ ମାମଲା ରହିଛି। ଯାହାକି ରାଜ୍ୟରେ କରୋନାର ଭୟାବହ ସ୍ଥିତି ସମ୍ପର୍କରେ ସୂଚନା ଦେଉଛି।

Related story