୮୦ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, କମିବ ହୋମ୍ ଆଇସୋଲେସନ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ୫ଦିନ ଧରି ଦୈନିକ କୋଭିଡ୍ ସଂକ୍ରମିତ ୧୦ରୁ ୧୧ହଜାର ମଧ୍ୟରେ ରହୁଥିବାବେଳେ ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଆଜି ୮୦ହଜାର ଅତିକ୍ରମ କରିଛି। ଏପଟେ ରାଜ୍ୟରେ ହୋମ୍ ଆଇସୋଲେସନ୍ ଅବଧିକୁ ଏକ ସପ୍ତାହ ପରିବର୍ତ୍ତେ ମାତ୍ର ୫ଦିନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ୧୧,୦୮୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୦୯୧୪ରେ ପହଂଚିଛି । ରାଜ୍ୟର […]

corona1

Ordigital Desk
  • Published: Tuesday, 18 January 2022
  • , Updated: 18 January 2022, 10:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ୫ଦିନ ଧରି ଦୈନିକ କୋଭିଡ୍ ସଂକ୍ରମିତ ୧୦ରୁ ୧୧ହଜାର ମଧ୍ୟରେ ରହୁଥିବାବେଳେ ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଆଜି ୮୦ହଜାର ଅତିକ୍ରମ କରିଛି। ଏପଟେ ରାଜ୍ୟରେ ହୋମ୍ ଆଇସୋଲେସନ୍ ଅବଧିକୁ ଏକ ସପ୍ତାହ ପରିବର୍ତ୍ତେ ମାତ୍ର ୫ଦିନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ୧୧,୦୮୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୦୯୧୪ରେ ପହଂଚିଛି । ରାଜ୍ୟର ୬ଟି ଜିଲ୍ଲାରେ ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର,ବାଲେଶ୍ୱର, ମୟୂରଭଞ୍ଜ ଓ କଟକରେ ସର୍ବାଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ହୋମ୍ ଆଇସୋଲେସନ ଅବଧିକୁ ୨ଦିନ କମାଇବାକୁ ଆଲୋଚନା ଚାଲିଛି। ଏବେ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମ୍ ରହିଛି। ରାଜ୍ୟରେ ସେଭଳି ସ୍ଥିତି ଗୁରୁତର ହୋଇନି। ଜେନେରାଲ ବେଡ୍ ୯% ଓ ଆଇସିୟୁ ବେଡ୍ ୧୫% ରହିଛି । ଭେଣ୍ଟିଲେଟରରେ ମାତ୍ର ୫ରୁ ୬ ପ୍ରତିଶତ ରୋଗୀ ରହୁଛନ୍ତି । ଶିଶୁମାନେ ମେଡିକାଲ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ କମ୍ ରହିଛି। ତେବେ ଆଇସୋଲେସନ ନେଇ ଟାସ୍କଫୋର୍ସଙ୍କ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସର ଟ୍ରେଣ୍ଡ ବିଷୟରେ ଜାଣିବାକୁ ୧୦ରୁ ୧୫ଦିନ ସମୟ ଲାଗିବ।

ସେହିପରି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ଜାନୁୟାରୀ ଶେଷ ସୁଦ୍ଧା କରୋନା ସଂକ୍ରମଣ ମାମଲା ପିକରେ ପହଂଚିବାର ସମ୍ଭାବନା ରହିଛି। ଯେମିତି ଦ୍ରୁତ ଗତିରେ ବଢ଼ିବ ଠିକ୍ ସେଭଳି ତାହା ସେହି ଅନୁପାତରେ ହ୍ରାସ ପାଇବ।

Related story