କାହିଁକି ଉପକୂଳ ଓ ଉତ୍ତର ଓଡ଼ିଶାରେ କମୁନି ସଂକ୍ରମଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଓଡ଼ିଶାରେ ଏବେବି କରୋନାର ବିପଦ ଟଳିନାହିଁ। ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ କୋଭିଡ୍ ସଂକ୍ରମଣ ସେଭଳି ହ୍ରାସ ପାଇନାହିଁ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଅନେକ କଟକଣା ଲଗାଇଥିଲେ ହେଁ, ସ୍ଥିତିରେ ସେତେଟା ସୁଧାର ଆସୁନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ସ୍ଥିତିର […]

Covid-19

Covid-19

Ranjit Kumar Jena
  • Published: Sunday, 04 July 2021
  • Updated: 04 July 2021, 09:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଓଡ଼ିଶାରେ ଏବେବି କରୋନାର ବିପଦ ଟଳିନାହିଁ। ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ କୋଭିଡ୍ ସଂକ୍ରମଣ ସେଭଳି ହ୍ରାସ ପାଇନାହିଁ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଅନେକ କଟକଣା ଲଗାଇଥିଲେ ହେଁ, ସ୍ଥିତିରେ ସେତେଟା ସୁଧାର ଆସୁନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛି।

କିଛିଦିନ ହେଲା ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ ୨୮୦୦ରୁ ୩୫୦୦ ଭିତରେ ରହୁଛି। ଗତ ୨୪ ଘଣ୍ଟାରେ ୨୮୭୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ କ୍ୟାଟେଗୋରୀ-ବି ରେ ଆସୁଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ ଜିଲ୍ଲା ଚିନ୍ତା ବଢ଼ାଇ ଦେଇଛି। କେବଳ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟ ପଜିଟିଭିଟି ରେଟ୍ ଏବେ ବି ୫ ପ୍ରତିଶତରୁ ଅଧିକ ରହୁଛି।

ଦୁଇମାସର କଟକଣା ସତ୍ତ୍ୱେ ବି ସଂକ୍ରମଣ ଯେଉଁ ହାରରେ କମିବା କଥା, ସେଭଳି କମୁନାହିଁ। ଏମିତିକି ଜାତୀୟସ୍ତର ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ବି ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିନାହିଁ। କ୍ୟାଟେଗୋରୀ-ବି ରେ ଥିବା ୧୦ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ମୋଟ୍ କେସର ୭୦ ପ୍ରତିଶତ କେସ୍ ଚିହ୍ନଟ ହେଉଛନ୍ତି। ତେବେ କାହିଁକି ସଂକ୍ରମଣ କମୁନି, ତାର ଅନୁଧ୍ୟାନ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ଓଡ଼ିଶା ଆସିବେ।

ଏହି ଟିମରେ କୋଲକାତାସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ୍ ହେଲଥର ପ୍ରଫେସର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି। ଦୁହେଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଅଧିକ ପଜିଟିଭ୍ କେସ୍ ଆସୁଥିବା ଜିଲ୍ଲାଗୁଡ଼ିକର ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ଦେବେ।

ଅନ୍ୟପକ୍ଷରେ କରୋନାର ତୃତୀୟ ଲହର ଅକ୍ଟୋବର-ନଭେମ୍ବରରେ ଆସିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଅଗଷ୍ଟରେ ଜୀବନ ଜୀବିକା ସ୍ୱାଭାବିକ ଆଡକୁ ଯାଉଥିବାରୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ତେବେ ଦ୍ୱିତୀୟ ଲହରଠାରୁ ତୃତୀୟ ଲହରର ପ୍ରଭାବ କମ୍ ରହିପାରେ।

ଦ୍ୱିତୀୟ ଲହରର ପିକ୍ ସମୟରେ ସ୍ଥିତି ଯାହା ଥିଲା, ତୃତୀୟ ଲହର ପିକ୍ ବେଳେ ସଂକ୍ରମଣ ତାର ଅଧା ରହିବ ବୋଲି ଆଶା କରାଯାଉଛି। ତେଣେ ତୃତୀୟ ଲହରକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ତାର ପ୍ରସ୍ତୁତି ଜାରି ରଖିଛି। ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଡାକ୍ତର ଓ ନର୍ସମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos