‘କରୋନା ହୋଇଥାଇପାରେ, ମାଓବାଦୀଙ୍କଠାରୁ ଦୂରେଇ ରୁହ’

ମାଲକାନଗିରି(ଓଡ଼ିଶା ରିପୋର୍ଟର):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଂଚ ତରଫରୁ ପୋଷ୍ଟେର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀ ମାନେ ବି  ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି। ଏଣୁ ଏହାକୁ ସତର୍କ ସୂଚନା ଭାବେ ଗ୍ରହଣ କରି ଅଞ୍ଚଳବାସୀ ମାଓବାଦୀଙ୍କ ସଂସ୍ପର୍ଶରେ ନ ଆସିବାକୁ ସଚେତନ ନାଗରିକ ମଞ୍ଚ ପୋଷ୍ଟର ମାଧ୍ୟମରେ ସଚେତନ କରାଇଛି। […]

naxal1

Tapas Behera
  • Published: Sunday, 29 March 2020
  • , Updated: 30 March 2020, 09:07 AM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଂଚ ତରଫରୁ ପୋଷ୍ଟେର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀ ମାନେ ବି  ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି।

ଏଣୁ ଏହାକୁ ସତର୍କ ସୂଚନା ଭାବେ ଗ୍ରହଣ କରି ଅଞ୍ଚଳବାସୀ ମାଓବାଦୀଙ୍କ ସଂସ୍ପର୍ଶରେ ନ ଆସିବାକୁ ସଚେତନ ନାଗରିକ ମଞ୍ଚ ପୋଷ୍ଟର ମାଧ୍ୟମରେ ସଚେତନ କରାଇଛି।

ଲକ୍‌ଡାଉନ ପିରିୟଡ଼ରେ ମାଓବାଦୀଙ୍କ ସଭା ସମିତି ଠାରୁ ଦୁରେଇ ରହିବା ଓ ସେମାନଙ୍କୁ ଆବ୍ୟଶକ ଜିନିଷ ପତ୍ର ନ ଯୋଗାଇବା ଲାଗି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାସହ ଯଦି ସଂକ୍ରମଣ ଆଶଙ୍କା ଥାଏ ତେବେ ମାଓବାଦୀ ମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ ବୋଲି ଆହ୍ୱାନ କରିଛି ସଚେତନ ନାଗରିକ ମଞ୍ଚ।

Related story