ହାଲୋ ରାଉରକେଲା…ମୁଁ କରୋନା କହୁଛି...

ରାଉରକେଲା(ପୱନ ତିୱାରୀ): ହାଲୋ ରାଉରକେଲା। …ମୁଁ କରୋନା କହୁଛି। …ଆପଣମାନଙ୍କ ହାବଭାବ ଦେଖି ଲାଗୁଛି ଅଧିକାଂଶ ଲୋକ ଏବେ ବେପରୁଆ ହୋଇଗଲେଣି। କରୋନା କୁ ଆଉ ଡର ଭୟ କିଛି ଯେମିତି ନାହିଁ। ହେଲେ ମୁଁ ଏବେବି ଅଛି। କୁଆଡେ ଯାଇନି। କରୋନା ସହିତ ଆପଣମାନଙ୍କୁ ବଞ୍ଚିବାକୁ ପଡିବ। ଶୀତ ଆସିଲାଣି। ଶୀତରେ ମୋ ପ୍ରକୋପ ଅଧିକ ହୋଇପାରେ। ତେଣୁ ହେଳା କରନ୍ତୁନି। ନିଜ ଯତ୍ନ ନିଜେ ନିଅନ୍ତୁ। ସରକାର ଜାରି କରିଥିବା ସମସ୍ତ ନିୟମ ମାନି […]

7bnm

7bnm

Tapas Behera
  • Published: Wednesday, 30 September 2020
  • Updated: 30 September 2020, 03:31 PM IST

Sports

Latest News

ରାଉରକେଲା(ପୱନ ତିୱାରୀ): ହାଲୋ ରାଉରକେଲା। …ମୁଁ କରୋନା କହୁଛି। …ଆପଣମାନଙ୍କ ହାବଭାବ ଦେଖି ଲାଗୁଛି ଅଧିକାଂଶ ଲୋକ ଏବେ ବେପରୁଆ ହୋଇଗଲେଣି। କରୋନା କୁ ଆଉ ଡର ଭୟ କିଛି ଯେମିତି ନାହିଁ। ହେଲେ ମୁଁ ଏବେବି ଅଛି। କୁଆଡେ ଯାଇନି। କରୋନା ସହିତ ଆପଣମାନଙ୍କୁ ବଞ୍ଚିବାକୁ ପଡିବ। ଶୀତ ଆସିଲାଣି। ଶୀତରେ ମୋ ପ୍ରକୋପ ଅଧିକ ହୋଇପାରେ। ତେଣୁ ହେଳା କରନ୍ତୁନି। ନିଜ ଯତ୍ନ ନିଜେ ନିଅନ୍ତୁ। ସରକାର ଜାରି କରିଥିବା ସମସ୍ତ ନିୟମ ମାନି ଚାଲନ୍ତୁ। ସର୍ବଦା ଠିକ ଭାବେ ମାସ୍କ ପିନ୍ଧନ୍ତୁ। ସାମାଜିକ ଓ ଶାରିରୀକ ଦୂରତା ବଜାୟ ରଖନ୍ତୁ। ବାରମ୍ବାର ସାବୁନରେ ହାତ ଧୁଅନ୍ତୁ। ସାନିଟାଇଜର ବି ବ୍ୟବହାର କରିପାରିବେ। ଭୁଲନ୍ତୁ ନାହିଁ ।

ମୁଁ ଏବେବି ବଞ୍ଚିଛି। ମୋତେ ମାରିବା ପାଇଁ କେତେ ଡାକ୍ତର, କେତେ ବୈଜ୍ଞାନିକ ନୀତିଦିନ ଲାଗିଛନ୍ତି। ସତର୍କ ହୁଅନ୍ତୁ। ସଜାଗ ହୁଅନ୍ତୁ। ନହେଲେ ମୋ କବଳରେ ପଡିବେ। ଆଉ କଷ୍ଚ ଭୋଗିବେ। ରାଉରକେଲା ମହାନଗର ନିଗମ ପକ୍ଷରୁ ଡାକବାଜି ଯନ୍ତ୍ରରେ ଏମିତି ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ରାଉକେଲାରେ କରୋନାସ୍ଥିତି ଭୟଙ୍କର ହେଉଛି। ତେଣୁ ଏହାକୁ ରୋକିବା ପାଇଁ ରାଉରକେଲା ମହାନଗର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ସେହିପରି କରୋନା ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା, ହୋମ୍ ଆଇସୋଲେସନରେ ରହୁଥିବା କୋଭିଡ ପଜିଟିଭ୍ ବ୍ୟକ୍ତି ଜରୁରୀ କାଳୀନ ପରିସ୍ଥିତିରେ ତୁରନ୍ତ ହେଲ୍ପଲାଇନ ନମ୍ବରରେ ଫୋନ କରିବା, ବୟସ୍କ ବ୍ୟକ୍ତିଙ୍କ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଦେଲ ତୁରନ୍ତ ହେଲ୍ପ ଲାଇନ ନମ୍ବରରେ ଫୋନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ତା’ଛଡ଼ା କୋଭିଡ ସଂପର୍କିତ ଯେ କୌଣସି ଅନ୍ୟ ସମସ୍ୟାର ପ୍ରତିକାର ପାଇଁ ଆପଣ ନିଜ ମୋବାଇଲରେ ସ୍ୱଚ୍ଛତା ଆପ୍ ଡାଉନଲୋଡ କରି ସେଥିରେ ନିଜ ସମସ୍ୟା ଜଣାଇଲେ ବି ତାର ସମାଧାନ କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos