କରୋନା ସଚେତନତା: ଏବେ ସରକାରଙ୍କ ଫୋକସରେ ଗାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’କୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ରାଜ୍ୟ ସରକାର ଏହାର ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଜି ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ୩୧୪ ବ୍ଲକର ବିଡିଓଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି। କରୋନା […]

village

Manoranjan Sial
  • Published: Wednesday, 18 March 2020
  • , Updated: 18 March 2020, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’କୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ରାଜ୍ୟ ସରକାର ଏହାର ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଜି ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ୩୧୪ ବ୍ଲକର ବିଡିଓଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି।

କରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଭିନ୍ନ ପରାମର୍ଶ ଓ ନିର୍ଦ୍ଦେଶାବଳୀ ସମ୍ପର୍କରେ ସାଧାରଣ ଲୋକଙ୍କୁ ବ୍ୟାପକ ଭାବେ ସଚେତନ କରାଇଲେ କରୋନାକୁ ହରାଇବା ସହଜ ହେବ। କରୋନା ମୁକାବିଲା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ବିଜୁଳି, ପାଣି, ଶୌଚାଳୟ ଓ ବିଦ୍ୟୁତ ସୁବିଧା ଥିବା ଏକ ନିର୍ଦ୍ଦିଷ୍ଟ ଘରକୁ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକସ୍ଥଳେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି।

ଏହି ଭିଡିଓ ଆଲୋଚନା ସମୟରେ ହିତାଧିକାରୀମାନଙ୍କୁ ୩ମାସର ଆଗୁଆ ଭତ୍ତା, ପେନସନ ଓ ରାସନ ସାମଗ୍ରୀ ଆଦି ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଅଙ୍ଗନବାଡ଼ି ପିଲାମାନଙ୍କ ପାଖରେ ଆଗୁଆ ଶୁଖିଲା ଖାଦ୍ୟ ପହଂଚାଇବା,ଏଏନଏମ୍ ଓ ଆଶାକର୍ମୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ କରାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏସବୁ ବ୍ୟତୀତ ଘରୋଇ ପୋଷାଜନ୍ତୁ ଯଥା କୁକୁର ଓ ବିରାଡ଼ି ସମେତ ଅନ୍ୟ ଗୃହପାଳିତ ପ୍ରାଣୀମାନଙ୍କୁ କରୋନା ଭୟରେ ପରିତ୍ୟାଗ କରିବାର କୌଣସି ଯଥାର୍ଥତା ନାହିଁ ଓ କରୋନା ଭୂତାଣୁ କେବଳ ମନୁଷ୍ୟ ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story