କରୋନା ମୁକାବିଲା: ଶାସକ-ବିରୋଧୀ ଛକାପଞ୍ଝା, ୨୮ରେ କଂଗ୍ରେସର କ୍ୟାମ୍ପେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀ କଂଗ୍ରେସ ଆସନ୍ତା ୨୮ତାରିଖରେ ଅନଲାଇନ୍ କ୍ୟାମ୍ଫେନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ବିଜେପି ଉଜାଗର କରିଛି। ଏପଟେ ଶାସକ ବିଜେଡି କିନ୍ତୁ ଏବେ କରୋନା ମୁକାବିଲା ହିଁ ଆମର ପ୍ରାଥମିକତା କଥା କହି ସେମାନଙ୍କ ସ୍ତରକୁ ଯାଇ ଆକ୍ଷେପ କରିପାରିବ ନାହିଁ ବୋଲି କହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କରୋନା ମୁକାବିଲାରେ ରାଜ୍ୟ […]

bjd-bjp-congress

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 06:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀ କଂଗ୍ରେସ ଆସନ୍ତା ୨୮ତାରିଖରେ ଅନଲାଇନ୍ କ୍ୟାମ୍ଫେନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ବିଜେପି ଉଜାଗର କରିଛି। ଏପଟେ ଶାସକ ବିଜେଡି କିନ୍ତୁ ଏବେ କରୋନା ମୁକାବିଲା ହିଁ ଆମର ପ୍ରାଥମିକତା କଥା କହି ସେମାନଙ୍କ ସ୍ତରକୁ ଯାଇ ଆକ୍ଷେପ କରିପାରିବ ନାହିଁ ବୋଲି କହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କରୋନା ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ସାଧାରଣ ଲୋକ ଓ ଶ୍ରମିକ କିପରି ହନ୍ତସନ୍ତ ହେଉଛନ୍ତି ତାହା ଲୋକଙ୍କୁ କଂଗ୍ରେସ ଜଣାଇବ। ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଏସବୁ ଅବଗତ କରିବା ନିମନ୍ତେ ଆସନ୍ତା ୨୮ତାରିଖରେ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଅନଲାଇନ୍ କ୍ୟାମ୍ପେନ୍ କରାଯିବ। ବର୍ତ୍ତମାନ ସ୍ଥିତି ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସବୁ ତାଲା ଖୋଲିଲାଣି କିନ୍ତୁ ଗଣତନ୍ତ୍ରର ତାଲାକୁ ଲକଡାଉନ୍ କରି ରଖାଯାଇଛି। ରାଜ୍ୟରେ ପ୍ରବାସୀଙ୍କ ପାଇଁ ୭ଲକ୍ଷ ବେଡ୍ ଥିବା ସରକାର କହୁଛନ୍ତି, କିନ୍ତୁ ୩ଲକ୍ଷ ପ୍ରବାସୀ ଆସିବାପରେ ସରକାର ହାତ ଟେକି ଦେଇଛନ୍ତି।

ସେହିପରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ବହନ କରୁଛନ୍ତି । ସେଠାରେ ରହିବା, ଖାଇବାଠୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପାଣ୍ଠିରେ ହେଉଛି । ରାଜ୍ୟ ସରକାରଙ୍କ ଉପରେ ଏହି କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକର ପରିଚାଳନା ଭାର ରହିଛି । ଏସଆରସି ମଧ୍ୟ ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରର ଖର୍ଚ୍ଚ କେନ୍ଦ୍ରୀୟ ଅର୍ଥ କମିଶନ ଓ ଏସଡିଆରଏଫ୍ ପାଣ୍ଠିରୁ ବହନ କରାଯିବ ବୋଲି କହିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କେତେକ ସ୍ଥାନରେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଆଉ କେତେକ ସ୍ଥାନରେ ଲୋକେ ଅମାନିଆ ବି ହେଉଛନ୍ତି । ତେଣୁ ରାଜ୍ୟ ସରକାର ମଧ୍ୟମ ପନ୍ଥା ବାହାର କରି ଲୋକଙ୍କୁ ବୁଝାଇବା ଦରକାର। ସାଧାରଣ ଲୋକଙ୍କୁ ସରକାର ଯେଉଁ ଆଶ୍ୱାସନା ଦେଇଥିଲେ ସେସବୁକୁ ପୂରଣ କରିବାର ଆବଶ୍ୟକତା ବି ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଅନ୍ୟପକ୍ଷରେ ଶାସକ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେମାନେ ଯାହା ପ୍ରଚାର କରିବା କଥା କରନ୍ତୁ। ଆମେ ତାଙ୍କ ପରି ସେଇ ସ୍ତରକୁ ଯାଇ ଆକ୍ଷେପ କରିପାରିବୁ ନାହିଁ। ଏବେ ପ୍ରଚାର ସମୟ ନୁହେଁ। ମିଳିମିଶି କାମ କରିବାର ସମୟ। କେନ୍ଦ୍ରର ସହାୟତାକୁ ନେଇ ଏମିତି କହିବା ଦୁର୍ଭାଗ୍ୟଜନକ। ସଂଘୀୟ ବ୍ୟବସ୍ଥାରେ ମୋର-ତୋର କହିବା ଠିକ୍ ନୁହେଁ। ବର୍ତ୍ତମାନ ସମୟରେ କରୋନା ମୁକାବିଲାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ପଞ୍ଚମ ପାଳିର ପ୍ରଥମ ବର୍ଷରେ କରୋନା ଆମ ପାଇଁ ଆହ୍ୱାନ ଆଣିଛି। ଦୁର୍ବିପାକ ଓ ରୋଗକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Related story