କରୋନା ମୁକାବିଲା : ପ୍ରଧାନମନ୍ତ୍ରୀଙ୍କ ପାଖରେ ନବୀନ ରଖିଲେ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତେକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଟିମ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଚ୍ଚସ୍ତରୀୟ ଟିମ୍ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ପରିସ୍ଥିତି ଉପରେ ଆଲୋଚନା କରିବାବେଳେ ମୁଖ୍ୟମନ୍ତ୍ରୀ କେତେକ ଦାବି ଉପସ୍ଥାପନ କରିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ […]

pm-modi-and-cm-naveen-patnaik-to-address-meetings-in-kendrapara-on-tuesday

pm-modi-and-cm-naveen-patnaik-to-address-meetings-in-kendrapara-on-tuesday

Manoranjan Sial
  • Published: Friday, 20 March 2020
  • Updated: 20 March 2020, 06:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତେକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଟିମ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଚ୍ଚସ୍ତରୀୟ ଟିମ୍ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ପରିସ୍ଥିତି ଉପରେ ଆଲୋଚନା କରିବାବେଳେ ମୁଖ୍ୟମନ୍ତ୍ରୀ କେତେକ ଦାବି ଉପସ୍ଥାପନ କରିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କରୋନା ପରିସ୍ଥିତି ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଦେଶ ଗସ୍ତ ଉପରେ କଟକଣା, ପ୍ରଭାବିତ ଅଞ୍ଚଳରୁ ଭାରତୀୟଙ୍କୁ ବିମାନରେ ସ୍ୱଦେଶ ଅଣାଯିବା ଓ କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଉପଯୋଗ ନିମନ୍ତେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।

ଏହାସହିତ କେତେକ କରୋନା ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ କେତେକ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଉଭୟ ଘରୋଇ ଓ ସରକାରୀ ଭାବେ ମାଗଣା ନମୂନା ପରୀକ୍ଷଣ ପାଇଁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ର ସ୍ଥାପନ ଏବଂ ପ୍ରତିଷେଧକ ଉପକରଣ, ମାସ୍କ ଓ ଅନ୍ୟ ଉପକରଣ ଉପଲବ୍ଧ କରାଇବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ।

ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନରେଗା ଶ୍ରମିକମାନଙ୍କୁ ଅତିକମରେ ୫୦ଦିନର ମଜୁରୀ ପ୍ରଦାନ କରାଯାଉ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ସହ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପିଏମକିଷାନର ଅତିରିକ୍ତ କିସ୍ତି, ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ଆର୍ଥିକ ପ୍ୟାକେଜ୍ ଆଦି ନିମନ୍ତେ କେନ୍ଦ୍ର ସରକାର ଆଗୁଆ ଅର୍ଥ ପ୍ରଦାନ କରୁ ବୋଲି ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି।

ଏହି ଭିଡିଓ କନଫରେନ୍ସିଂ ସମୟରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ରାଜ୍ୟର ସମସ୍ତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos