ଆଖି ବୁଜିଲେ ଆଉ ଜଣେ କରୋନା ଆକ୍ରାନ୍ତ; ସଂଖ୍ୟା ଛୁଇଁଲା ୧୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ । ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କୋରନା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଅପରପକ୍ଷେ କରୋନା ଆକ୍ରାନ୍ତ ମୟୁରଭଞ୍ଜର ଜଣେ ୬୦ ବର୍ଷୀୟ ବ୍ୟକ୍ତି କର୍କଟ ରୋଗରେ ପ୍ରାଣ ହରାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । କୋଭିଡ୍ ପଜିଟିଭ୍ ଥାଇ ଅନ୍ୟ […]

CORONA-11

Niharika Rout
  • Published: Tuesday, 23 June 2020
  • , Updated: 23 June 2020, 08:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ । ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କୋରନା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଅପରପକ୍ଷେ କରୋନା ଆକ୍ରାନ୍ତ ମୟୁରଭଞ୍ଜର ଜଣେ ୬୦ ବର୍ଷୀୟ ବ୍ୟକ୍ତି କର୍କଟ ରୋଗରେ ପ୍ରାଣ ହରାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । କୋଭିଡ୍ ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ରେ ପହଞ୍ଚିଛି । 

ରାଜ୍ୟରେ କୋରନା ଯୋଗୁ ୧୫ଜଣ ଆଖି ବୁଜି ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଞ୍ଜାମରେ କେବଳ ୮ ଜଣ ଅଛନ୍ତି। ଏହାବ୍ୟତୀତ ଖୋର୍ଦ୍ଧାରେ ୪, କଟକରେ ୧, ପୁରୀରେ ୧ ଓ ବରଗଡ଼ରେ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି।

କୋଭିଡ୍ ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରରେ ଜଣେ, ପୁରୀରେ ଜଣେ, ମୟୂରଭଞ୍ଜରେ ଜଣେ ଓ ନବରଙ୍ଗପୁରରେ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୫ ହଜାର ୩୦୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩୭୨୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୫୬୨ ଜଣ ଚିକିତ୍ସାଧୀନ ଅଛନ୍ତି।

Related story