ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୯୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଆଜି ସକାଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତା’ସହିତ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା କୁହାଯାଇଥିଲା। ତେବେ ଏହି ସୂଚନା ଦେବାର କେଇ ଘଣ୍ଟା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪।
ବିଭାଗ ପକ୍ଷରୁ କୁହାଯାଇଛି, ଗଞ୍ଜାମରେ ଗତକାଲି ପ୍ରାଣ ହରାଇଥିବା ଦ୍ୱିତୀୟ ବ୍ୟକ୍ତିଙ୍କୁ କରୋନା ହୋଇଥିଲା ବୋଲି ସନ୍ଦେହ କରାଯାଇଥିଲା। ତେବେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ତେଣୁ ଓଡ଼ିଶାର କରୋନା ମୃତ୍ୟୁ ସଂଖ୍ୟା ହେଉଛି ୪।
The 2nd death of Ganjam district yesterday was suspected Covid. Test report received from the laboratory now is negative for COVID-19.
Hence total Covid deaths of Odisha stand at 4.
— H & FW Dept Odisha (@HFWOdisha) May 17, 2020
ସ୍ୱାସ୍ଥ୍ୟ ବିଭାଗର ୱେବ୍ସାଇଟ୍ରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୮୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୬ ଜଣ ସୁସ୍ଥ ହୋଇସାରିଛନ୍ତି। ୬୨୮ ଜଣ ଚିକିତ୍ସାଧୀନ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ୨ ଜଣ ଖୋର୍ଦ୍ଧା ଜିଲ୍ଲାର।