କରୋନା ପ୍ରଭାବ: ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷଙ୍କୁ ମିଳିବ ମାତ୍ର ୩୦% ଦରମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ ନିର୍ଦ୍ଧାରିତ ବର୍ଗର ନିର୍ବାଚିତ ପ୍ରତିନିଧି ଓ ଅଫିସରମାନଙ୍କୁ କମ୍ ଦରମା ମିଳିବ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, […]

secretariat-odisha

secretariat-odisha

Manoranjan Sial
  • Published: Tuesday, 31 March 2020
  • Updated: 31 March 2020, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ ନିର୍ଦ୍ଧାରିତ ବର୍ଗର ନିର୍ବାଚିତ ପ୍ରତିନିଧି ଓ ଅଫିସରମାନଙ୍କୁ କମ୍ ଦରମା ମିଳିବ ବୋଲି ଜଣାପଡ଼ିଛି।

ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ହସରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାର ନିର୍ବାଚିତ ପ୍ରତିନିଧିଙ୍କ ମୋଟ୍‌ ଦରମା (ଦରମା+ ମହଙ୍ଗା ଭତ୍ତା)ର ୭୦ ପ୍ରତିଶତକୁ ସ୍ଥଗିତ ରଖାଯିବ। ସେମାନଙ୍କୁ କେବଳ ମୋଟ ଦରମାର ମାତ୍ର ୩୦ ପ୍ରତିଶତ ମିଳିବ। ବିଭିନ୍ନ ନିଗମରେ ବିଜେଡିର ନେତାମାନେ ଥଇଥାନ ହୋଇଥିବାବେଳେ ଏବେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକର କାର୍ଯ୍ୟ ଅବଧି ସରିଥିବାରୁ କେହି ନିର୍ବାଚିତ ପ୍ରତିନିଧି ପ୍ରାୟତଃ ନାହାନ୍ତି। ତେବେ ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ପାଇଁ ଏହି ନିର୍ଦ୍ଦେଶ ମଧ୍ୟ ଲାଗୁହେବ। ସେହିପରି ସର୍ବଭାରତୀୟ ସେବା ଅଧିକାରୀ ଆଇଏଏସ୍‌, ଆଇଏଫଏସ୍ ଓ ଆଇପିଏସଙ୍କ ମୋଟ ଦରମାର ୫୦% ପ୍ରତିଶତ ସ୍ଥଗିତ ରଖାଯିବ। ତେବେ କେତେଦିନ ପର୍ଯ୍ୟନ୍ତ ଏହି ଦରମା ସ୍ଥଗିତ ରଖାଯିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପିବା ପରେ ତେଲେଙ୍ଗାନା ପ୍ରଥମ ରାଜ୍ୟ ଭାବେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲା। ଅବଶ୍ୟ ତେଲେଙ୍ଗାନାରେ ଉଭୟ ସର୍ବଭାରତୀୟ ଓ ରାଜ୍ୟସ୍ତରର କର୍ମଚାରୀଙ୍କ ଦରମାକୁ ସ୍ଥଗିତ ରଖାଯାଇଛି । ତେଲେଙ୍ଗାନା ପରେ ମହାରାଷ୍ଟ୍ର ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ସହ ବିଧାୟକ ଓ ସାଂସଦମାନଙ୍କୁ ମଧ୍ୟ ନିଜର ଦରମା ଦାନ ପାଇଁ ଅନୁରୋଧ କରିଥିଲେ। ବିଜେଡି ବିଧାୟକ ଓ ସାଂସଦମାନେ କରୋନା ମୁକାବିଲା ପାଇଁ ନିଜର ୧ରୁ ୩ମାସ ପର୍ଯ୍ୟନ୍ତ ଦରମା(କେବଳ ମୂଳ ଦରମା)କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story