‘ରାଜ୍ୟରେ କରୋନା ଏବେ ଉପରମୁହାଁ, ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆସିବ ସୁଧାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂକ୍ରମଣ ଏବେ ଧୀର ଗତିରେ ବଢ଼ୁଥିବା ବେଳେ ଉପରମୁହାଁ ରହିଛି ଗ୍ରାଫ । ପ୍ରଥମ, ଦ୍ୱିତୀୟ ଲହର ପରି ଏହା କ୍ଷୀପ୍ର ବେଗରେ ଆଗକୁ ବଢ଼ିବନି । ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ଖସିବ । ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏବେ ରଥଯାତ୍ରା ସରିଥିବା ବେଳେ ଏହାପରେ ସମ୍ଭାବ୍ୟ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା […]

bijay mohapatra

bijay mohapatra

Niharika Rout
  • Published: Wednesday, 13 July 2022
  • Updated: 13 July 2022, 12:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂକ୍ରମଣ ଏବେ ଧୀର ଗତିରେ ବଢ଼ୁଥିବା ବେଳେ ଉପରମୁହାଁ ରହିଛି ଗ୍ରାଫ । ପ୍ରଥମ, ଦ୍ୱିତୀୟ ଲହର ପରି ଏହା କ୍ଷୀପ୍ର ବେଗରେ ଆଗକୁ ବଢ଼ିବନି । ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ଖସିବ । ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏବେ ରଥଯାତ୍ରା ସରିଥିବା ବେଳେ ଏହାପରେ ସମ୍ଭାବ୍ୟ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରଥଯାତ୍ରା ସରିଛି, ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ଘରକୁ ଫେରିଛନ୍ତି । ତେଣୁ ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ଉପରେ ନଜର ରଖାଯାଇଛି। କମ୍ୟୁନିଟି ପଜିଟିଭିଟି ପାଇଁ ବିଭିନ୍ନ ଜିଲ୍ଲାର ସ୍ଥିତିକୁ ତର୍ଜମା କରାଯାଉଛି । ସଂକ୍ରମଣ ବୃଦ୍ଧି ହେବା ସହ ତାହାର ଆକାର ଉପରେ ନଜର ରଖାଯାଇଛି ।

ଚଳିତ ଲହରରେ କରୋନାରେ ଆକ୍ରାନ୍ତ ଜଣେ ୭୮ ବର୍ଷୀୟ ବୃଦ୍ଧ ଆଖି ବୁଜିଛନ୍ତି। ବୃଦ୍ଧଜଣଙ୍କର ହୃଦରୋଗ ସମେତ, କିଡନୀ ରୋଗ ସମସ୍ୟା ଥିଲା। ଏଥିସହ ସେ ସେପ୍ଟିସେମିଆରେ ବି ପୀଡ଼ିତ ଥିଲେ। ତେଣୁ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ। ଟିକା ନେଇ ନ ଥିବା ଲୋକେ ଟିକା ନେଇଯିବା ଉଚିତ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭ ଜଣ ଅଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୭୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୦୭ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍‌ପୁଲ୍‌ରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos