‘୬ ଜିଲ୍ଲାରେ ସଂକ୍ରମଣ ଅଧିକ, ୩ ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାର୍ଜିନାଲ ବଢ଼ିଛି ଓ ଏବେବି ରାଜ୍ୟରେ କୋଭିଡ-୧୯ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏହାସହିତ ଏବେ ରାଜ୍ୟର ୬ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ଥିବାବେଳେ ସେଥିରୁ ୩ଟି ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ ରହିଥିବା ସେ କହିଛନ୍ତି । ଏପଟେ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିଲେ ମଧ୍ୟ ଆଦୌ ଢ଼ିଲା ନକରି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ପାଇଁ […]

Corona1

Corona1

Ordigital Desk
  • Published: Thursday, 24 June 2021
  • Updated: 24 June 2021, 11:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାର୍ଜିନାଲ ବଢ଼ିଛି ଓ ଏବେବି ରାଜ୍ୟରେ କୋଭିଡ-୧୯ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏହାସହିତ ଏବେ ରାଜ୍ୟର ୬ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ଥିବାବେଳେ ସେଥିରୁ ୩ଟି ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ ରହିଥିବା ସେ କହିଛନ୍ତି । ଏପଟେ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିଲେ ମଧ୍ୟ ଆଦୌ ଢ଼ିଲା ନକରି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମିଶ୍ର କହିଛନ୍ତି ଯେ, କଟକ, ଖୋର୍ଦ୍ଧା ସମେତ ୬ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ ରହିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ଅଧିକ ଥିବାବେଳେ ପଶ୍ଚିମଓଡ଼ିଶାରେ ଏହା କମ୍ ରହିଛି । ୨ଟି ଷ୍ଟ୍ରାଟେଜିକୁ ନେଇ ସରକାର କାମ କରୁଛନ୍ତି । ପ୍ରଶାସନିକସ୍ତରରେ ଲକଡାଉନ୍ ଓ ଶଟଡାଉନ୍ ଦ୍ୱାରା ସଂକ୍ରମଣ କମିଥିବାବେଳେ ସର୍ଭେଲାନ୍ସ କରି ୨୪ଘଣ୍ଟାରେ ୬୯ହଜାର ଟେଷ୍ଟିଂ ହୋଇଛି । ଏବେ ସଂକ୍ରମଣ ନିମ୍ନଗାମୀ ସ୍ଥିତିରେ ଅଛି ଓ ଖୁବଶୀଘ୍ର କମିବ ବୋଲି ଆଶା । ଭାଇରସ ବଂଚିବାକୁ ଚେଷ୍ଟା କରୁଛି । ମ୍ୟୁଟେସନ ହେବ ଓ ଭାରିଏଣ୍ଟ ବି ବଦଳବିବ । କିନ୍ତୁ ଟ୍ରାନ୍ସମିଶନ ଚେନ୍ ଭାଙ୍ଗିବା ସହ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସଂକ୍ରମଣ ସଂଖ୍ୟା କମୁଥିବାବେଳେ ଏବେ ଲାଗିଥିବା କଟକଣା କୋହଳ ହେଉଛି । ମାତ୍ର ଏହି କୋହଳ ବେଳେବି କୋଭିଡ୍ ଗାଇଡଲାଇନ ପାଳନ ଜରୁରୀ । ଟେଷ୍ଟ, ଟ୍ରାକ ଓ ଟ୍ରିଟ୍ ସହ ଟିକାକରଣ ବି ଠିକ ଭାବେ ଚାଲିବା ଜରୁରୀ । କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବସମ୍ବଳ ମଧ୍ୟ ପ୍ରସ୍ତୁତ ରଖିବା ଦରକାର । ଶିଶୁ ସଂକ୍ରମଣ ପ୍ରତି ନଜର ରଖି ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପରିସ୍ଥିତି ପ୍ରତି ଗୁରୁତ୍ୱର ସହ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମିତ ହୋଇ ଆଜି ରାଜ୍ୟରେ ୪୪ଜଣ ପ୍ରାଣ ହରାଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ୩୬୫୦ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos