ଫୁଲବାଣୀରେ କରୋନା ଆତଙ୍କ, ନିଜେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଚିଠି ଲେଖିଲେ ଡାକ୍ତରୀ ଛାତ୍ର

ଫୁଲବାଣୀ(ତ୍ରିନାଥ ସାହୁ): ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ୍‌ କାୟା ମେଲାଇବାରେ ଲାଗିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଜଣେ ଓଡ଼ିଆ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଫୁଲବାଣୀର ଛାତ୍ର ଜଣକ ଚୀନରେ MBBS କରୁଛନ୍ତି । ସେ ଗତ୧୧ ତାରିଖରେ ଚୀନ୍‌ରୁ ଓଡ଼ିଶା ଫେରିଥିଲେ । ତେବେ ଘରକୁ ଫେରିବା ପରଠୁ ତାଙ୍କର କାଶ, ଥଣ୍ଡା ଲାଗି ରହିଛି। ଏଥିଯୋଗୁ କରୋନା ଭାଇରସ୍‌ରେ […]

corona--1--1

Niharika Rout
  • Published: Friday, 31 January 2020
  • , Updated: 31 January 2020, 01:59 PM IST

ଫୁଲବାଣୀ(ତ୍ରିନାଥ ସାହୁ): ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ୍‌ କାୟା ମେଲାଇବାରେ ଲାଗିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଜଣେ ଓଡ଼ିଆ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଫୁଲବାଣୀର ଛାତ୍ର ଜଣକ ଚୀନରେ MBBS କରୁଛନ୍ତି । ସେ ଗତ୧୧ ତାରିଖରେ ଚୀନ୍‌ରୁ ଓଡ଼ିଶା ଫେରିଥିଲେ । ତେବେ ଘରକୁ ଫେରିବା ପରଠୁ ତାଙ୍କର କାଶ, ଥଣ୍ଡା ଲାଗି ରହିଛି। ଏଥିଯୋଗୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଛାତ୍ରଜଣକ କନ୍ଧମାଳ CDMOଙ୍କୁ ଚିଠି ଲେଖିଥିଲେ ।

ଛାତ୍ରଜଣକ ଚାଇନାରେ ୫ ବର୍ଷ ହେବ ରହୁଥିବା ବେଳେ ସେଠାରେ ସେ ମେଡିକାଲ ଶେଷ ବର୍ଷ ଛାତ୍ର।  ଡିସେମ୍ବର ମାସରୁ ଚାଇନାରେ କରୋନା ଆତଙ୍କ ଦେଖାଦେଲାଣି। ଛାତ୍ରଜଣକ ଜାନୁଆରୀ ୧୧ରେ ଘରକୁ ଫେରୁଛନ୍ତି। ତାଙ୍କର ଥଣ୍ଡା, କାଶ ଆଦି ଥିବାରୁ ବିଭିନ୍ନ ପରୀକ୍ଷା ପାଇଁ କଟକ ଏସ୍‌ସିବି ପଠାଯାଉଥିବା ଫୁଲବାଣୀର ସିନିୟର ମେଡିସିନ ସ୍ପେଶାଲିଷ୍ଟ ବିଦ୍ୟାଧର ପାତ୍ର କହିଛନ୍ତି।

ଦିନକୁ ଦିନ କରୋନା ଭାଇରସ୍‌ ଭୟଙ୍କର ରୂପ ଧାରଣ କରୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଏହାକୁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଚାଇନାରେ ଏହି ଭାଇରସ ଜନିତ ମୃତ୍ୟୁସଂଖ୍ୟା ଆଜି ୨୧୩ରେ ପହଞ୍ଚିଛି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଚାଇନା ସମେତ ବିଶ୍ୱର ୧୫ଟି ରାଷ୍ଟ୍ର ଏହି ଭୟଙ୍କର ଭୂତାଣୁ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି।

Related story