ନୂଆବର୍ଷ ପର୍ଯ୍ୟନ୍ତ କରୋନା ବିପଦ ରହିଛି : ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ। ୨୦୨୨ ମସିହା ପରେ ହିଁ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି। ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତି ଦାୟିତ୍ୱ ସମ୍ଭାଳିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପର୍ବପର୍ବାଣୀ ପାଇଁ ରାଜ୍ୟରେ କରୋନା ସାମାନ୍ୟ ବୃଦ୍ଧି ପାଇଛି। ନିୟମ କଡ଼ାକଡ଼ି ପାଳନ ଉପରେ ସରକାର ଗୁରୁତ୍ୱ […]

Corona

Ordigital Desk
  • Published: Monday, 01 November 2021
  • , Updated: 01 November 2021, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ। ୨୦୨୨ ମସିହା ପରେ ହିଁ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି।

ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତି ଦାୟିତ୍ୱ ସମ୍ଭାଳିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପର୍ବପର୍ବାଣୀ ପାଇଁ ରାଜ୍ୟରେ କରୋନା ସାମାନ୍ୟ ବୃଦ୍ଧି ପାଇଛି। ନିୟମ କଡ଼ାକଡ଼ି ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ନୂଆବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ। ୨୦୨୨ ପରେ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି। ସ୍କୁଲ ଖୋଲିବା ଦରକାର, କୋଭିଡ୍ ନିୟମ ପାଳନ କରି ସ୍କୁଲ ଖୋଲାଯିବାର ଆବଶ୍ୟକତା ରହିଛି। ସ୍କୁଲ ଖୋଲିଲେ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡ୍ ଟୀକା ନେଇନଥିବା ବ୍ୟକ୍ତିଙ୍କୁ ଆସନ୍ତାକାଲିଠୁ ଖୋଜା ଯିବା ଅଭିଯାନ ଆରମ୍ଭ ହେବ । ଗାଁ ଗାଁରେ ଆଶା କର୍ମୀମାନେ ଏଭଳି ବ୍ୟକ୍ତିମାନଙ୍କୁ ଖୋଜିବେ। ଟୀକା ନେଇନଥିବା ଲୋକଙ୍କର ଏକ ତାଲିକା ପ୍ରକାଶ କରାଯିବ। ଏବେସୁଦ୍ଧା ରାଜ୍ୟର ୩୦ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି। ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଯେଉଁ ଗାଁରେ ଅଧିକ ସଂଖ୍ୟକ ଲୋକ ଟିକା ନେଇନଥିବେ ସେଠାରେ ଟୀକାକରଣ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି। ସରକାର ଧାର୍ଯ୍ୟ ସମୟସୀମା ମଧ୍ୟରେ ରାଜ୍ୟରେ ଟୀକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

Related story