କଣ୍ଟ୍ରୋଲ୍‌କୁ ଆସୁନି ଦ୍ୱୈତନଗରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ୍ତାହିକ ଶଟ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ, ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂ। ଏମିତି କେତେ କଣ ପନ୍ଥା ଅପଣା ଯାଉଛି। ହେଲେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ମହାମାରୀ କରୋନା ସନ୍ତୋଷଜନକ ସ୍ଥିତିକୁ ଆସିପାରୁନି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଗତ ୧୬ ତାରିଖରେ ୩୧୧, ୧୭ରେ ୩୭୨ ଓ ୧୮ରେ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଗ୍ରାମାଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ରହିଛି। କଟକ […]

bmc

bmc

Manoranjan Sial
  • Published: Monday, 19 July 2021
  • Updated: 19 July 2021, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ୍ତାହିକ ଶଟ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ, ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂ। ଏମିତି କେତେ କଣ ପନ୍ଥା ଅପଣା ଯାଉଛି। ହେଲେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ମହାମାରୀ କରୋନା ସନ୍ତୋଷଜନକ ସ୍ଥିତିକୁ ଆସିପାରୁନି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱରରେ ଗତ ୧୬ ତାରିଖରେ ୩୧୧, ୧୭ରେ ୩୭୨ ଓ ୧୮ରେ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଗ୍ରାମାଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ରହିଛି। କଟକ ଜିଲ୍ଲାରେ ୧୭ ତାରିଖରେ ୩୦୮, ୧୮ରେ ୩୪୮ ଓ ଆଜି ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ  କଟକ ମହାନଗରରେ ଏବେ ଦିନକୁ ପ୍ରାୟ ୧୦୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକରେ ଏବେ  ୧୨୪୪ ଆକ୍ଟିଭ୍‌ ମାମଲା ଥିବା ବେଳେ ଭୁବନେଶ୍ୱରରେ ୧୩୯୬ ରହିଛି। ଅଢେଇ ମାସ ଧରି ବିଭିନ୍ନ ପ୍ରକାର କଟକଣା ପରେ ସଂକ୍ରମଣ ସଂଖ୍ୟା କମିଛି। କିନ୍ତୁ ଏବେ ତାହା ପ୍ଲାଟୋ ଷ୍ଟେଜ୍‌ରେ ରହିଥିବା ବିଏମ୍‌ସି କମିଶନର ସଂଜୟ ସିଂ କହିଛନ୍ତି। ତେବେ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଲୋକେ ଟିକା ନେଇସାରିଥିବାରୁ କୋଭିଡ ନିୟମକୁ ଗୁରୁତର ସହ ନେଉନଥିବା ଦେଖାଯାଉଛି। ତେଣୁ ବିଏମ୍‌ସି ପକ୍ଷରୁ ଯାଞ୍ଚ ଓ ସର୍ଭେକୁ ତ୍ୱରାନ୍ୱିତ କରାଯାଉଥିବା କମିଶନର କହିଛନ୍ତି। ସେପଟେ ପଜିଟିଭ୍ କେଶ୍ ଅଧିକ ହେଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇ ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି। ଏବେ ଭୁବନେଶ୍ୱରରେ ପ୍ରାୟ ୫ଟି ଜାଗାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି।

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୪୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ ଅନ୍ୟ ଦିନ ତୁଳନାରେ ଟେଷ୍ଟିଂ କମିଥିବାରୁ ପଜିଟିଭ୍‌ ସଂଖ୍ୟା କମିଥିବା କୁହାଯାଉଛି। ତେବେ ୧୨ ଜୁଲାଇରୁ ଏର୍ଯ୍ୟନ୍ତ ୨୦୦୦ କିମ୍ବା ଏହା ଆଖପାଖରେ ରହୁଛି କରୋନା ସଂଖ୍ୟା। ଏହି ସ୍ତରରେ ପହଞ୍ଚିବା ପରେ ସଂକ୍ରମଣ ହାର ଆଉ ତଳକୁ ଖସୁନାହିଁ। ଯାହାକୁ ଥିକ୍‌-ଟେଲ୍‌ ଫେନୋମେନନ ବୋଲି କୁହଯାଉଛି। ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତିଙ୍କ ମତରେ ମହାରାଷ୍ଟ୍ର, କେରଳ ସମେତ ଦେଶର ଅନ୍ୟ କିଛି ରାଜ୍ୟରେ ଏହି ଟ୍ରେଣ୍ଡ ଜାରି ରହିଛି। ତେବେ ଏଯାଏଁ ତୃତୀୟ ଲହର ଆସିନଥିବା ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos