ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮ ଜିଲ୍ଲାରୁ ୧୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୫୨୭ ଟି ହେଉଛି ଲୋକାଲ୍ କେସ୍। ସେହିଭଳି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩୨ଜଣ ଥିବା ବେଳେ ଖୋର୍ଦ୍ଧାରୁ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨, ୬୯୩ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୪,୩୯୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୧୪୮ ଜଣ ଚିକିତ୍ସାଧୀନ ଅଛନ୍ତି।
ସମଗ୍ର ରାଜ୍ୟରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ପ୍ରତିଦିନ ଏହି ମହାମାରୀ ନିଜ ରେକର୍ଡ ଭାଙ୍ଗି ଚାଲିଛି। ଗତକାଲି ୨୭ ଜିଲ୍ଲାରୁ ୧୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୪ରେ ପହଞ୍ଚିଛି। ଗତକାଲି ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଉପରେ ରହିଛି ଗଞ୍ଜାମ ଜିଲ୍ଲା। ଏହି ଜିଲ୍ଲାରୁ କେବଳ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୩୨୦ ଛୁଇଁଛି। ସେହିପରି କଟକରୁ ମଧ୍ୟ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd July
New Positive Cases: 1594
In Quarantine: 1067
Local Contacts: 527(Details of local contacts will be shared by concerned District Administration)
District Wise Cases
1. Angul: 10
2. Balasore: 22
3. Bargarh: 8
4. Bhadrak: 60
5. Balangir: 6— I & PR Department, Odisha (@IPR_Odisha) July 24, 2020
6. Boudh: 41
7. Cuttack: 136
8. Dhenkanal: 2
9. Gajapati: 3
10. Ganjam: 732
11. Jagatsinghpur: 3
12. Jajpur: 5
13. Jharsuguda: 8
14. Kalahandi: 1
15. Kandhamal: 17
16. Kendrapada: 9
17. Keonjhar: 20
18. Khurda: 320
19. Koraput: 33
20. Malkangiri: 9
21. Mayurbhanj: 32— I & PR Department, Odisha (@IPR_Odisha) July 24, 2020
22. Nawarangpur: 3
23. Nayagarh: 10
24. Nuapada: 1
25. Puri: 30
26. Sambalpur: 13
27. Sonepur: 4
28. Sundargarh: 56New Recoveries: 643
Cumulative Tested: 433578
Positive: 22693
Recovered: 14392
Active Cases: 8148— I & PR Department, Odisha (@IPR_Odisha) July 24, 2020
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।