ଓଡ଼ିଶାରେ ହେଉଛି ସର୍ବାଧିକ ନମୂନା ପରୀକ୍ଷା, ୪ ସପ୍ତାହରେ ୧୦ଗୁଣ ବଢ଼ିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ନମୂନା ପରୀକ୍ଷା ଜାତୀୟହାରଠୁ ଅଧିକ ହେଉଛି। ଜାତୀୟସ୍ତରରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪୫୨ଜଣ ଲୋକଙ୍କର ନମୂନା ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ଏହା ପ୍ରତି ୧୦ଲକ୍ଷ ଲୋକରେ ୬୬୬ଜଣ ରହିଛି । ଗତ ୪ ସପ୍ତାହ ମଧ୍ୟରେ ଓଡ଼ିଶାରେ ନମୂନା ପରୀକ୍ଷା ୧୦ଗୁଣ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବୁଲେଟିନରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା […]

DSC_6632-scaled-e1586968565236

Tapas Behera
  • Published: Wednesday, 29 April 2020
  • , Updated: 29 April 2020, 06:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ନମୂନା ପରୀକ୍ଷା ଜାତୀୟହାରଠୁ ଅଧିକ ହେଉଛି। ଜାତୀୟସ୍ତରରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪୫୨ଜଣ ଲୋକଙ୍କର ନମୂନା ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ଏହା ପ୍ରତି ୧୦ଲକ୍ଷ ଲୋକରେ ୬୬୬ଜଣ ରହିଛି । ଗତ ୪ ସପ୍ତାହ ମଧ୍ୟରେ ଓଡ଼ିଶାରେ ନମୂନା ପରୀକ୍ଷା ୧୦ଗୁଣ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବୁଲେଟିନରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇ କହିଛନ୍ତି ଯେ, ଜଣେ ପଜେଟିଭ୍ ରୋଗୀ ମାସକ ମଧ୍ୟରେ ପ୍ରାୟ ୪୦୦ଜଣ ଲୋକଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ସଂକ୍ରମିତ ରୋଗୀ ଯେତେ ଶୀଘ୍ର ଚିହ୍ନଟ ହେବେ ସେତେ ଜଲଦି ସ୍ଥିତି ଉପରେ ନିୟନ୍ତ୍ରଣ ସମ୍ଭବପର। ଗତ ୧୦ଦିନ ମଧ୍ୟରେ ରାଜ୍ୟରେ ୬୦ଟି ନୂଆ ପଜେଟିଭ୍ ମାମଲା ଆସିଥିବାବେଳେ ସେଥିରୁ ୩୮ଟି ମାମଲା ପଶ୍ଚିମବଙ୍ଗ ଫେରନ୍ତାଙ୍କ ମାଧ୍ୟମରେ ଆସିଛି। ଅବଶ୍ୟ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମ୍ ରହିଛି। ଦିଲ୍ଲୀରେ ସର୍ବାଧିକ ୮.୪ ପ୍ରତିଶତ ପଜେଟିଭ୍ ରୋଗୀ ଥିବାବେଳେ ଜାତୀୟସ୍ତରରେ ଏହା ୪.୩ ପ୍ରତିଶତ। ମାତ୍ର ଓଡ଼ିଶାରେ ଏହା ୦.୪%।

ସେହିପରି ଓଡ଼ିଶାରେ ଗତ ଏପ୍ରିଲ ୫ତାରିଖରେ ଶେଷ ହୋଇଥିବା ସପ୍ତାହରେ ମାତ୍ର ୧୫୧୮ଟି ନମୂନା ପରୀକ୍ଷା ସମ୍ଭବପର ହେଉଥିବାବେଳେ ଏବେ ଏପ୍ରିଲ ୨୭ରେ ଶେଷ ହୋଇଥିବା ସପ୍ତାହରେ ଏହି ପରୀକ୍ଷା ପରିମାଣ ୧୪୯୩୯କୁ ବୃଦ୍ଧି ପାଇଛି। ଯାହାକି ପ୍ରାୟ ୧୦ଗୁଣ ଅଧିକ। ଏବେ ରାଜ୍ୟର ମୋଟ ୮ଟି ସ୍ଥାନରେ ଦୈନିକ ୨୦୦୦ରୁ ୨୪୦୦ଟି କୋଭିଡ-୧୯ ନମୂନା ପରୀକ୍ଷା ହେଉଥିବାବେଳେ ଖୁବଶୀଘ୍ର ଅନ୍ୟ ୪ଟି ସ୍ଥାନରେ ଏହି ପରୀକ୍ଷା କରାଯିବାକୁ ପଦକ୍ଷେପ ନିଆଯାଉଛି । ଏବେ ଭୁବନେଶ୍ୱରର ୪ଟି ସମେତ ବୁର୍ଲା, କଟକ, ରାଉରକେଲା ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ କେନ୍ଦ୍ରରେ କୋଭିଡ-୧୯ ପରୀକ୍ଷା ହେଉଛି। ଖୁବଶୀଘ୍ର କୋରାପୁଟ, ବାଲେଶ୍ୱର, ବଲାଙ୍ଗିର ଓ ବାରିପଦାରେ ଥିବା ସରକାରୀ ମେଡିକାଲ କଲେଜରେ ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

୧୪ଦିନ ବ୍ୟବଧାନରେ ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଗତକାଲି ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ, ସମ୍ପୃକ୍ତ ସଂକ୍ରମିତ ରୋଗୀଙ୍କ ପରିବାରରେ ପୂର୍ବରୁ କୋଭିଡ-୧୯ ପଜେଟିଭ୍ ରୋଗୀ ଥିଲେ। ମାତ୍ର ଏପ୍ରିଲ ୯ତାରିଖରେ ତାଙ୍କର ନମୂନା ପରୀକ୍ଷାବେଳେ କୌଣସି ଲକ୍ଷଣ ନଥିଲା ଓ ନେଗେଟିଭ୍ ଜଣାପଡ଼ିଥିଲା। ତେବେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। କିନ୍ତୁ ତାଙ୍କୁ ଥଣ୍ଡା-ଜ୍ୱର ହେବାରୁ ସେ ନିଜ ଆଡ଼ୁ ଟୋଲ୍ ଫ୍ରି ନମ୍ବର-୧୦୪କୁ ଫୋନ୍ କରି ଜଣାଇବା ପରେ ତାଙ୍କର ପୁଣିଥରେ ନମୂନା ପରୀକ୍ଷା କରାଯାଇଥିଲା ଓ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଦୈନିକ ୧୫ହଜାର ନମୂନା ପରୀକ୍ଷା କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ରାଜ୍ୟର ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story