‘କରୋନା ପଜିଟିଭ୍‌ ସେବାୟତ ଶ୍ରୀମନ୍ଦିର ଗଲେ କାର୍ଯ୍ୟାନୁଷ୍ଠାନ’

ପୁରୀ(ଓଡ଼ିଶା ରିପୋର୍ଟର): କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ସେବାୟତ ପ୍ରବେଶ କରିଥିବା ଜଣାପଡ଼ିଲା, ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ନାଁରେ ଥାନାରେ ଏତଲା କରାଯିବ। ଶ୍ରୀମନ୍ଦିର ଭିତରକୁ ପଜିଟିଭ ଚିହ୍ନଟ ସେବାୟତ ଓ କର୍ମଚାରୀ ଯିବା ଅଭିଯୋଗ ପ୍ରସଙ୍ଗରେ ଏଭଳି କଡା ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ସେ କହିଛନ୍ତି-“କୋଭିଡ କଟକଣା ପାଳନ ନେଇ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। […]

jagannath-temple

jagannath-temple

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 07:14 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ସେବାୟତ ପ୍ରବେଶ କରିଥିବା ଜଣାପଡ଼ିଲା, ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ନାଁରେ ଥାନାରେ ଏତଲା କରାଯିବ। ଶ୍ରୀମନ୍ଦିର ଭିତରକୁ ପଜିଟିଭ ଚିହ୍ନଟ ସେବାୟତ ଓ କର୍ମଚାରୀ ଯିବା ଅଭିଯୋଗ ପ୍ରସଙ୍ଗରେ ଏଭଳି କଡା ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।

ସେ କହିଛନ୍ତି-“କୋଭିଡ କଟକଣା ପାଳନ ନେଇ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ସେବାୟତ ଓ କର୍ମଚାରୀଙ୍କ ସମସ୍ତ କୋଭିଡ୍‌ ରିପୋର୍ଟ କମାଣ୍ଡରଙ୍କୁ ଦିଆଯାଇଛି। ହେଲେ ଯେଉଁମାନେ ନିୟମ ନମାନି ଶ୍ରୀମନ୍ଦିର ପରିସରରେ ପ୍ରବେଶ କରିବେ, ସେମାନଙ୍କ ବିରୋଧରେ ଏତଲା କରାଯିବ। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ୧୭ ଦିନିଆ ଆଇସୋଲେସନରେ ରୁହନ୍ତୁ। ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ବାରଣ ସହ ପାନଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ।”

ଆଜି ସୁଦ୍ଧା ୪୩୦ ସେବାୟତ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇସାରଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ତା’ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୁଆର, ମହାସୁଆର ସେବାୟତ। ପ୍ରାୟ ୧୧୦ ଜଣ ସୁଆର-ମହାସୁଆର ସେବାୟତ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ୪୪ ଜଣ ପୂଜାପଣ୍ଡା, ୫୮ ଜଣ ପ୍ରତିହାରୀ, ୩୪ ଜଣ ଦଇତାପତି, ୩୩ ଜଣ ପୁଷ୍ପାଳକ, ୧୦ ଜଣ ଖୁଣ୍ଟିଆ ଓ ୮ ଜଣ ମୁଦଲି ସେବାୟତ ସଂକ୍ରମିତ ହୋଇଛନ୍ତି। କରୋନାର କାୟା ଭିତରେ ଅନେକ ସେବାୟତ ପ୍ରାଣ ହରାଇଛନ୍ତି।

କେବଳ ସେବାୟତ ନୁହଁନ୍ତି, ଶ୍ରୀମନ୍ଦିର ପ୍ରଶାସନର ୫୩ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା କବଳରୁ ସେବାୟତ ଓ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ। ଯେଉଁମାନେ ପଜିଟିଭ୍ ଥିବେ, ସେମାନେ ହୋମ ଆଇସୋଲେସନ୍ ନଚେତ୍ କୋଭିଡ୍ କେୟାର ସେଣ୍ଟରରେ ୧୭ ଦିନ ଯାଏଁ ରହିବେ। ଶ୍ରୀମନ୍ଦିର ସେବା ସହ ଜଡ଼ିତ କିଛି ସେବାୟତ ଏବଂ କର୍ମଚାରୀ ସଂକ୍ରମିତ ହୋଇ ବାହାରେ ଏବଂ ବଜାରରେ ବୁଲିବା ସହ ମନ୍ଦିରକୁ ଯାଉଥିବା ନଜରକୁ ଆସିଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story