ଆଇଏଲ୍‌ଏସ୍‌ ନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, ଓଡ଼ିଶାରେ ହେଉଛି କରୋନା ରି-ଇନ୍‌ଫେକ୍ସନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ୍ ହେଉଛି। ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ‌ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ସେ କହିଛନ୍ତି, ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ ହେଉଛି, କିନ୍ତୁ ବହୁତ କମ୍। ଆଇଏଲ୍‌ଏସ୍‌ରେ କିଛି ବ୍ୟକ୍ତିଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩/୪ ଜଣଙ୍କ ରି-ଇନ୍‌ଫେକ୍ସନ୍‌ ହୋଇଛି। ଥରେ ପଜିଟିଭ ହେବା ପରେ ପୁଣି କାହିଁକି ରି-ଇନ୍‌ଫେକ୍ସନ୍‌ ହେଉଛି, ତା’ର ତର୍ଜମା ଚାଲିଛି। ଶ୍ରୀ ପରିଡ଼ା […]

78

78

Jitendra Garnayak
  • Published: Friday, 30 October 2020
  • Updated: 30 October 2020, 02:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ୍ ହେଉଛି। ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ‌ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା।

ସେ କହିଛନ୍ତି, ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ ହେଉଛି, କିନ୍ତୁ ବହୁତ କମ୍। ଆଇଏଲ୍‌ଏସ୍‌ରେ କିଛି ବ୍ୟକ୍ତିଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩/୪ ଜଣଙ୍କ ରି-ଇନ୍‌ଫେକ୍ସନ୍‌ ହୋଇଛି। ଥରେ ପଜିଟିଭ ହେବା ପରେ ପୁଣି କାହିଁକି ରି-ଇନ୍‌ଫେକ୍ସନ୍‌ ହେଉଛି, ତା’ର ତର୍ଜମା ଚାଲିଛି।

ଶ୍ରୀ ପରିଡ଼ା କହିଛନ୍ତି, ରାଜ୍ୟରେ ସେକେଣ୍ଡ ୱେଭ୍ ସମ୍ଭାବନା ରହିଛି। ତେଣୁ ଲୋକେ ସଚେତନ ହେବା ଦରକାର।

ସେ ଆହୁରି କହିଛନ୍ତି,  ଶୀତରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ତେଣୁ ସଜାଗ ନରହିଲେ ବଢ଼ିବ। ବର୍ତ୍ତମାନ ସଂକ୍ରମଣ କମିଛି। ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ବଢ଼ିବାର ଆଶଙ୍କା ଥିଲା। କିନ୍ତୁ ଲୋକଙ୍କ ସହଯୋଗ ଯୋଗୁଁ କମିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos