ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଦୈନିକ ୨ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଲଗାତର ଭାବେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ଜିଲ୍ଲାରେ କମୁନି ଲୋକାଲ୍ ସଂକ୍ରମଣ।
ହଟସ୍ପଟ୍ ଜିଲ୍ଲା ଗଂଜାମରୁ ଗତକାଲି ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୪୬ ପଜିଟିଭ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୩୯୨ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪,୮୬୭ ଆକ୍ରାନ୍ତ ବାହାରିଛନ୍ତି । ସେପଟେ କରୋନାରେ ଗଂଜାମରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଥିବାବେଳେ ବେଳେ ରାଜ୍ୟରେ ଏହି ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।
ଗଂଜାମ ଜିଲ୍ଲାରେ ବେକାବୁ ହୋଇପଡ଼ିଥିବା ସଂକ୍ରମଣ ରୋକିବାକୁ ଲଢ଼େଇକୁ ଅଧିକ ତୀବ୍ର କରିଛି ପ୍ରଶାସନ । କୋଭିଡ୍ ରେଡ୍ ଜୋନ୍ରେ ଥିବା ଗାଁଗୁଡ଼ିକରେ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହୋଇଛି । ଛତ୍ରପୁର ଉପଖଣ୍ଡର ୭ ଏନଏସିକୁ ୬ଦିନ ପାଇଁ ସମ୍ପୂର୍ଣ୍ଣ ଶଟଡାଉନ୍ ଘୋଷଣା କରାଯାଇଛି।