‘ଆମେ ଏବେ ପୂର୍ବ ସ୍ଥିତିକୁ ଫେରୁଛନ୍ତି, ହସ୍ପିଟାଲ ପ୍ରସ୍ତୁତ ରଖ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନା ଏବେ ବେକାବୁ ସ୍ଥିତିରେ ପହଞ୍ଚିଥିବା ବେଳେ ଦୈନିକ ୮୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପୂର୍ବରୁ କରୋନା ପିକ୍‌ରେ ଥିବା ବେଳେ ଦୈନିକ ୯୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ତେଣୁ ଆମେ ଏବେ ପୂର୍ବ ସ୍ଥିତିକୁ ଫେରୁଛେ। ତେଣୁ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି କ୍ୟାବିନେଟ ସଚିବଙ୍କ ସହ କରୋନା ସ୍ଥିତି ସମକ୍ଷା ପରେ ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ […]

Niranjan Mishra

Niranjan Mishra

Niharika Rout
  • Published: Friday, 02 April 2021
  • Updated: 02 April 2021, 02:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନା ଏବେ ବେକାବୁ ସ୍ଥିତିରେ ପହଞ୍ଚିଥିବା ବେଳେ ଦୈନିକ ୮୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପୂର୍ବରୁ କରୋନା ପିକ୍‌ରେ ଥିବା ବେଳେ ଦୈନିକ ୯୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ତେଣୁ ଆମେ ଏବେ ପୂର୍ବ ସ୍ଥିତିକୁ ଫେରୁଛେ। ତେଣୁ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି କ୍ୟାବିନେଟ ସଚିବଙ୍କ ସହ କରୋନା ସ୍ଥିତି ସମକ୍ଷା ପରେ ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, “ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ୫୦୦ ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ନିମନ୍ତେ କୋଭିଡ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ୱାର୍ଡ ଓ ଅଧିକ ଡାକ୍ତର ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ   କୁହାଯାଇଛି। ଏବେ ସଂକ୍ରମିତ ଅଧିକ ହେଉଥିଲେ ବି କମ୍‌ ଲୋକଙ୍କୁ ହସ୍ପିଟାଲ ଦରକାର ପଡୁଛି। ହସ୍ପିଟାଲରେ ଅଧିକ ସଂଖ୍ୟକ ବେଡ୍ ରହିଛି, ଭୟ କରିବାର କାରଣ ନାହିଁ। ଲୋକଙ୍କୁ ସଚେତନ କରାଯିବ, ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ।”

ଏନେଇ  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, “କରୋନା ଯୋଗୁ ମୃତ୍ୟୁହାର ଏବେ ବେଶି ଅଧିକ ନାହିଁ। ସୀମା ଅଞ୍ଚଳରେ ଥିବା ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏମକେସିଜି, କୋରାପୁଟ, ବ୍ରହ୍ମପୁର, ବୁର୍ଲା, ଏସିବିରେ ବେଡ ବ୍ୟବସ୍ଥା କରାଯାଇଛି। ପରିସ୍ଥିତିର ମୁକାବିଲା କରାଯିବ।”

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାର ୪୬୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଅପରପକ୍ଷେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos