‘ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ତାହାକୁ କନ୍‌ଫର୍ମ ଧରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢିବ ପରୀକ୍ଷା ସଂଖ୍ୟା । ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନ୍‌ଫର୍ମ ପଜିଟିଭ ଭାବେ ଧରାଯିବ । ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ । ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଅଜୟ […]

covid-2

Niharika Rout
  • Published: Tuesday, 07 July 2020
  • , Updated: 07 July 2020, 02:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢିବ ପରୀକ୍ଷା ସଂଖ୍ୟା । ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନ୍‌ଫର୍ମ ପଜିଟିଭ ଭାବେ ଧରାଯିବ । ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ । ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଅଜୟ ପରିଡ଼ା।

ଦେଶରେ କରୋନା ଭାଇରସର ଯେଉଁ ୪ଟି ଷ୍ଟ୍ରେନ୍ ଅଛି ତାହା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା ଉପରେ ଅଧିକ ଗବେଷଣା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଭ୍ୟାକ୍ସିନ ପ୍ରସଙ୍ଗରେ ସେ କହିଛନ୍ତି, ଏତେ ଶୀଘ୍ର ନୁହେଁ । ଭ୍ୟାକ୍ସିନ ଆସୁ ଆସୁ ଆସନ୍ତା ବର୍ଷ ହୋଇଯିବ। ହ୍ୟୁମାନ ଟ୍ରାଏଲ ରେଜଲ୍ଟ ପରେ ହିଁ ଭ୍ୟାକ୍ସିନ ଆସିପାରିବ ।

ଏଥିସହ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ  ଆହୁରି କହିଛନ୍ତି, ନିର୍ଦ୍ଦିଷ୍ଟ ଜିନ୍‌କୁ ନେଇ ବିଶେଷଜ୍ଞ ଗବେଷଣା କରୁଛନ୍ତି । ୨/୩ ଦିନ ଭିତରେ ରାଜ୍ୟର ସ୍ଥିତି ଜଣା ପଡ଼ିଯିବ। ମହାରାଷ୍ଟ୍ର, ତାମିଲନାଡୁରୁ ଆସିଥିବା ଆକ୍ରାନ୍ତଙ୍କ ଭାଇରସ ଷ୍ଟ୍ରେନ୍ ଭିନ୍ନ। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ ୩ ପ୍ରକାର ଟେଷ୍ଟ ଆଣ୍ଟିଜେନ୍, ସେରୋଲୋଜିକାଲ, RT-PCR କରାଯାଉଛି। ତେବେ ଓଡ଼ିଶାରେ କରୋନା ମୃତ୍ୟୁ ହାର ଅନ୍ୟ ରାଜ୍ୟ ତୁଳନାରେ କମ୍।

କରୋନା ବାୟୁବାହିତ ରୋଗ ବୋଲି ଆସିଥିବା ତଥ୍ୟ ଉପରେ ସେ କହିଛନ୍ତି, ଏହା ଉପରେ WHO ଯାହା କହିବ ତାପରେ ଯାଇ ICMR ନିଷ୍ପତ୍ତି ନେବେ । ରାଜ୍ୟରେ ବଢୁଥିବା ପଜିଟିଭ ସଂଖ୍ୟା ନେଇ ଜୀବ ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶ ଅଜୟ ପରିଡ଼ା କହିଛନ୍ତି । ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ପଜିଟିଭ ଆସୁଛି । ତେବେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି  ।

Related story