ରାଜ୍ୟରେ ଭୟ ବଢ଼ାଉଛି କରୋନା: ଏପ୍ରିଲ ନେଲାଣି ୬୦ ଜୀବନ, ୪୩୩୦୪ ଜଣ ଚିକିତ୍ସାଧୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଦିନକୁ ଦିନ ବେଶ ଭୟାବହ ହେବାରେ ଲାଗିଛି। କେବଳ ଏପ୍ରିଲ ମାସରେ ରାଜ୍ୟରେ କରୋନା ୬୦ଜଣଙ୍କ ଜୀବନ ନେଇଥିବାବେଳେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ୪୩୩୦୪ଜଣ ବ୍ୟକ୍ତି ସକ୍ରିୟ ସଂକ୍ରମିତ ଅଛନ୍ତି ଓ ଚିକିତ୍ସାଧୀନ ରହିଛନ୍ତି। କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଲୋକେ ସଚେତନ ଓ ସତର୍କ ନହେଲେ ଏହା ଅଧିକ ଭୟାବହ ହେବାର ଆଶଙ୍କା ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ […]

covid

covid

Ordigital Desk
  • Published: Saturday, 24 April 2021
  • Updated: 24 April 2021, 08:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଦିନକୁ ଦିନ ବେଶ ଭୟାବହ ହେବାରେ ଲାଗିଛି। କେବଳ ଏପ୍ରିଲ ମାସରେ ରାଜ୍ୟରେ କରୋନା ୬୦ଜଣଙ୍କ ଜୀବନ ନେଇଥିବାବେଳେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ୪୩୩୦୪ଜଣ ବ୍ୟକ୍ତି ସକ୍ରିୟ ସଂକ୍ରମିତ ଅଛନ୍ତି ଓ ଚିକିତ୍ସାଧୀନ ରହିଛନ୍ତି। କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଲୋକେ ସଚେତନ ଓ ସତର୍କ ନହେଲେ ଏହା ଅଧିକ ଭୟାବହ ହେବାର ଆଶଙ୍କା ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏପ୍ରିଲ ୧ରୁ ଆଜି ସୁଦ୍ଧା ମୋଟ ୬୦,୪୦୬ ଜଣ ଲୋକ କୋଭିଡ-୧୯ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୧୦୨ ଜଣ ସୁସ୍ଥ ହୋଇସାରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ଦୈନିକ ପ୍ରାୟ ୪୦୦ରୁ ୮୦୦ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଥିବାବେଳେ ଏବେ ତାହା ବୃଦ୍ଧି ପାଇଁ ଚଳିତ ସପ୍ତାହରେ ପ୍ରାୟ ୭ହଜାର ଛୁଇଁବାକୁ ବସିଲାଣି। ସେହି ଅନୁପାତରେ ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବେଶ୍ କମ୍ ରହିଛି। ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟର ପ୍ରାୟ ୪୦୦ରୁ ୯୦୦ ସଂକ୍ରମିତ ଲୋକ ସୁସ୍ଥ ହେଉଥିବାବେଳେ ଏବେ ତାହା ବୃଦ୍ଧି ପାଇଁ ୨୫୦୦ରେ ପହଂଚିଛି। ମାତ୍ର ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ଉଦବେଗଜନକ ଭାବେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଓ ଆଜି ଦୁଇଦିନ ଧରି ୮ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଥିବାବେଳେ ଏପ୍ରିଲ ୧ରୁ ଆଜି ସୁଦ୍ଧା କରୋନା ମୋଟ ୬୦ଜଣଙ୍କ ଜୀବନ ନେଲାଣି। ଅବଶ୍ୟ ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହରେ ଏହି ମୃତ୍ୟୁ ସଂଖ୍ୟା ଦୈନିକ ୧ ଅବା ଶୂନ ରହିଥିବାବେଳେ ଗତ ୫ଦିନ ହେଲା ୫ରୁ ୮ଜଣ ଲେଖାଏଁ ଲୋକଙ୍କ ଦୈନିକ ମୃତ୍ୟୁ ହେଉଛି। କରୋନାର ଭୟାବହ ସ୍ଥିତି ମଧ୍ୟରେ ମେ’ ପ୍ରଥମ ସପ୍ତାହ ପରେ ଏହା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି। ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି। ସର୍ଭେ ଅନୁସାରେ ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହ୍ରାସ ପାଇବ। ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତ ଭୟଭୀତ ହୋଇ ବେଶୀ ହସ୍ପିଟାଲ ଆସୁଛନ୍ତି । ଭୟଭୀତ ହୋଇ ଆଇସିୟୁ କଥା କହୁଛନ୍ତି । ମାତ୍ର ସେମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ରାଜ୍ୟ ସରକାର ଯୋଗାଇଦେବେ। ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ଅଧିକ ଥିବାରୁ ହିଁ ଅନ୍ୟ ରାଜ୍ୟକୁ ପଠାଯାଉଛି। ବେଡ୍ ମଧ୍ୟ ଅଭାବ ନାହିଁ। ତଥାପି ଅଧିକ ବେଡ୍ ବୃଦ୍ଧି ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟରେ ଏବେ ସାମଗ୍ରିକ ମୃତ୍ୟୁହାର ୦.୦୪ ପ୍ରତିଶତ ରହିଛି ।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେସୁଦ୍ଧା ମୋଟ ୫୫ଲକ୍ଷ ୫୦ହଜାର ୩୮୦ଜଣଙ୍କ ଟିକାକରଣ ହୋଇଛି। ଏବେ ରାଜ୍ୟରେ ୧ଲକ୍ଷ କୋଭିଶିଲଡ୍ ଓ ୩.୭ଲକ୍ଷ କୋଭାକ୍ସିନ୍ ଟିକା ରହିଛି । ଆଜି ଆଉ ୧ଲକ୍ଷ କୋଭିଶିଲଡ୍ ଟିକା ଆସିବ। ତଥ୍ୟ ଅନୁସାରେ କରୋନା ସଂକ୍ରମଣର ମୁକାବିଲା କରିବାରେ ଟିକା ସହାୟକ ହେଉଛି। ଟିକା ନେବାପରେ ମାତ୍ର ୫୦ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବାର ଖବର ମିଳିଛି।
ସଂକ୍ରମଣ ରୋକିବା ପାଇଁ ଏବେ ରାଜ୍ୟ ସରକାର ସହରାଂଚଳରେ ସାପ୍ତାହିକ ଶଟଡାଉନ୍ କରିଛନ୍ତି। ଏବେ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିନଥିବାରୁ ଗାଁଗୁଡ଼ିକରେ କରୋନା ସଂକ୍ରମଣ ହାର ବେଶ୍ କମ୍ ରହିଛି। ତେଣୁ ପ୍ରବାସୀଙ୍କ ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ମାମଲା ଯେଭଳି ବୃଦ୍ଧି ନପାଏ ସେଥିପାଇଁ ରାଜ୍ୟ ସରକାର ଆବଶ୍ୟକ ରଣନୀତି ଉପରେ ଏବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story