ମହାମାରୀ ‘କରୋନା’ ଦଂଶୁଛି ହସିଲା ପୂରିଲା ସଂସାର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଇଏ ମହାମାରୀ ‘କରୋନା’ ନୁହେଁ, ମୃତ୍ୟୁ ଦୂତ। ସତେ ଯେମିତି ୧୨ ହାତ ଖଣ୍ଡାରେ ନରସଂହାର ଚଳାଇଛି। କେଉଁଠି ପରିବାରକୁ ମୂଳପୋଛ କରିଦେଉଛି ତ ଆଉ କେଉଁଠି ଉଜାଡ଼ି ଦେଉଛି ସଂସାର। ମୃତ୍ୟୁର ବୀଭିଷିକା ଭିତରେ ଗଞ୍ଜାମ ଜିଲ୍ଲାର ଦୁଇ ଦୁଇଟି ପରିବାରର କାହାଣୀ ଶୁଣିଲେ ଦେହ ଶୀତେଇ ଉଠିବ। କାରଣ ‘କରୋନା’ ଭୂତାଣୁର ଭୟାବହତା ଭିତରେ ମରଣ ମୁହଁକୁ ଠେଲି ହୋଇଯାଇଛନ୍ତି ଉଭୟ ପରିବାରର ଏକାଧିକ ସଦସ୍ୟ। ଗଞ୍ଜାମ ଦିଗପହଣ୍ଡିର ଇଞ୍ଜିନିୟର କୃଷ୍ଣଚନ୍ଦ୍ର […]

ganjam

ganjam

Manoranjan Sial
  • Published: Friday, 24 July 2020
  • Updated: 24 July 2020, 10:40 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଇଏ ମହାମାରୀ ‘କରୋନା’ ନୁହେଁ, ମୃତ୍ୟୁ ଦୂତ। ସତେ ଯେମିତି ୧୨ ହାତ ଖଣ୍ଡାରେ ନରସଂହାର ଚଳାଇଛି। କେଉଁଠି ପରିବାରକୁ ମୂଳପୋଛ କରିଦେଉଛି ତ ଆଉ କେଉଁଠି ଉଜାଡ଼ି ଦେଉଛି ସଂସାର। ମୃତ୍ୟୁର ବୀଭିଷିକା ଭିତରେ ଗଞ୍ଜାମ ଜିଲ୍ଲାର ଦୁଇ ଦୁଇଟି ପରିବାରର କାହାଣୀ ଶୁଣିଲେ ଦେହ ଶୀତେଇ ଉଠିବ। କାରଣ ‘କରୋନା’ ଭୂତାଣୁର ଭୟାବହତା ଭିତରେ ମରଣ ମୁହଁକୁ ଠେଲି ହୋଇଯାଇଛନ୍ତି ଉଭୟ ପରିବାରର ଏକାଧିକ ସଦସ୍ୟ।

ଗଞ୍ଜାମ ଦିଗପହଣ୍ଡିର ଇଞ୍ଜିନିୟର କୃଷ୍ଣଚନ୍ଦ୍ର ପାତ୍ର, ତାଙ୍କ ପତ୍ନୀ ଜାନକୀ, ଏକମାତ୍ର ପୁଅ ଜିତେନ୍ଦ୍ର ଓ ବୋହୂ ଅନୁରାଧା ପାଣିଗ୍ରାହୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ଜିତେନ୍ଦ୍ରଙ୍କ ୨ ଛୁଆଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ‘କରୋନା’ ହୋଇଥିବା ସ୍ପଷ୍ଟ ହେବା ପରେ  କୃଷ୍ଣଚନ୍ଦ୍ର ପାତ୍ର, ତାଙ୍କ ପତ୍ନୀ ଜାନକୀ, ପୁଅ ଜିତେନ୍ଦ୍ର ଓ ବୋହୂ ଅନୁରାଧାଙ୍କୁ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୫ ତାରିଖରେ ପ୍ରାଣ ହରାଇଥିଲେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଜାନକୀ। ଏହାର ୫ ଦିନ ପରେ ସକାଳେ କୃଷ୍ଣଚନ୍ଦ୍ର ଓ ସଂଧ୍ୟାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ‘କରୋନା’କୁ ପରାଜୟ କରି ବୋହୂ ସିନା ବାହୁଡ଼ି ଆସିଲେ ଘରକୁ। ହେଲେ ୨ ପିଲାଙ୍କୁ ଧରି ଜୀବନ ଯୁଦ୍ଧରେ କେମିତି ଏବେ ଲଢ଼େଇ କରିବେ, କୌଣସି ଥଳକୂଳ ପାଉନାହାଁନ୍ତି ସେ।

ସେହିପରି ବେଗୁନିଆପଡ଼ା ଅଙ୍ଗାରଗାଁର ଗୋଟିଏ ପରିବାରର ତିନି ତିନି ଜଣ ରୋଜଗାରିଆ ପୁଅ ଚାଲିଗଲେ ‘କରୋନା’ ମହାମାରୀରେ। ପ୍ରଥମେ ରିପୋର୍ଟ ଆସିବା ପୂର୍ବରୁ ସାନ ଭାଇ କୃଷ୍ଣଚନ୍ଦ୍ର ସାହୁ ଚାଲିଗଲେ ଆରପାରିକୁ। ଆଉ ସପ୍ତାହକ ମଧ୍ୟରେ ମଝିଆ ଭାଇ ମଙ୍ଗରାଜ ସାହୁ ଓ ବଡ଼ ଭାଇ ବସୁଦେବ ସାହୁ ଆଖି ବୁଜିଦେଲେ ବ୍ରହ୍ମପୁର ଶୀତଳାପଲ୍ଲି ହସ୍ପିଟାଲ୍‌ରେ। କେବଳ ଏତିକି ନୁହେଁ, ଏହି ୩ ଭାଇଙ୍କ ପରିବାର ମଧ୍ୟରୁ ବର୍ତ୍ତମାନ ୯ ଜଣ ପଜିଟିଭ୍‌ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। କେବଳ ଯାହା ମଝିଆ ଭାଇ ମଙ୍ଗରାଜ ସାହୁଙ୍କ ୨ ପୁଅ ଓ ଝିଅ ସୁସ୍ଥ ଅଛନ୍ତି। କିନ୍ତୁ ତାଙ୍କ ମନକୁ ମଧ୍ୟ ପାପ ଛୁଉଁଛି।

ଆଜିର ୩ ଜଣଙ୍କୁ ମିଶାଇ କେବଳ ଗଂଜାମରେ ଏଯାଏଁ ୭୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କୋଭିଡ୍ ପଜିଟିଭ୍‌ ଥାଇ ଅନ୍ୟ ରୋଗରେ ଜୀବନ ହାରିଲେଣି ୫ ଜଣ। ତେଣୁ ଅତି ସତର୍କ ନହେଲେ ଆଗକୁ ଆହୁରି ବିସ୍ଫୋରକ ପରିସ୍ଥିତି ଉପୁଜିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story