ବିଚାରାଧୀନ କଏଦୀ କୋରୋନାରେ ଆକ୍ରାନ୍ତ

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲାରେ ଜଣେ ବିଚାରାଧୀନ କଏଦୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା  ବିଚାରାଧୀନ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କଏଦୀଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କଏଦୀଙ୍କ  ସ୍ୱାବ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି । ଅନ୍ୟପଟେ ଏହି ଘଟଣା ପରେ ବିଂଝାରପୁର ଥାନାର […]

corona-1

Niharika Rout
  • Published: Sunday, 12 July 2020
  • , Updated: 12 July 2020, 11:18 AM IST

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲାରେ ଜଣେ ବିଚାରାଧୀନ କଏଦୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା  ବିଚାରାଧୀନ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କଏଦୀଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

କଏଦୀଙ୍କ  ସ୍ୱାବ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି । ଅନ୍ୟପଟେ ଏହି ଘଟଣା ପରେ ବିଂଝାରପୁର ଥାନାର ୨୨ ଜଣ କର୍ମଚାରୀଙ୍କ  ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି। ଅତି ଜରୁରୀ କାମ ନଥିଲେ ଥାନାକୁ ନଆସିବାକୁ କୁହାଯାଇଛି । ଏଥିସହିତ  ସବଜେଲ୍‌  ଓ ଥାନାକୁ ସାନିଟାଇଜ କରାଯାଇଛି।

Related story