ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୬୦କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡ଼ା ଜିଲ୍ଲାର। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂତନ ଭାବେ ଚିହ୍ନଟ କରୋନା ପଜିଟିଭ୍ ଜଣେ ମହିଳା। ତାଙ୍କ ବୟସ ୪୦ ବର୍ଷ। ତାଙ୍କ ସଂପର୍କରେ ତଥ୍ୟ ଦେଇ ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି, ଏହି ମହିଳା ଜଣଙ୍କ ଲଖନପୁର ବ୍ଲକ୍ […]

coronavirus

Jitendra Garnayak
  • Published: Sunday, 03 May 2020
  • , Updated: 04 May 2020, 09:01 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡ଼ା ଜିଲ୍ଲାର। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂତନ ଭାବେ ଚିହ୍ନଟ କରୋନା ପଜିଟିଭ୍ ଜଣେ ମହିଳା। ତାଙ୍କ ବୟସ ୪୦ ବର୍ଷ। ତାଙ୍କ ସଂପର୍କରେ ତଥ୍ୟ ଦେଇ ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି, ଏହି ମହିଳା ଜଣଙ୍କ ଲଖନପୁର ବ୍ଲକ୍ କୁଡ଼ାଲୋଇ ପଞ୍ଚାୟତର ଡହଲବେଡ଼ା ଗାଁର। ସେ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ବନପଲ୍ଲୀକୁ ଯାଇଥିଲେ। ଭଉଣୀଙ୍କ ଝିଅର ଡେଲିଭରି ଥିବାରୁ ସେ ସେଠାକୁ ଯାଇଥିଲେ। ୨୬ ତାରିଖରେ ଫେରିବା ପରେ ଘର ଭିତରେ ରହିଥିଲେ। ସେ ସୁନ୍ଦରଗଡ଼ରୁ ଫେରିଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। କଣ୍ଟାକ୍ଟ ଟ୍ରେସିଂ ପରେ କଣ୍ଟେନମେଣ୍ଟ ହେବ ନା ନାହିଁ ନିଷ୍ପତ୍ତି ନିଆଯିବ।

ଝାରସୁଗୁଡ଼ାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ତାଙ୍କର ପଶ୍ଚିମବଙ୍ଗ୍ ଲିଙ୍କ୍‌ ରହିଥିଲା।

ଝାରସୁଗୁଡ଼ାରେ ଦ୍ୱିତୀୟ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ୧୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହୋଇସାରିଛନ୍ତି। ୧୦୩ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।

Related story