ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା କରୋନା, ଥମିବାର ନାଁ ନେଉନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ ରାଜ୍ୟର ଅନ୍ୟ ଭାଗରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ଭୁବନେଶ୍ୱର ଓ କଟକ ସହରରେ କରୋନା ଚିନ୍ତା ବଢ଼ାଇଛି । ଶୁକ୍ରବାର ରାଜ୍ୟରେ ମୋଟ ୫୨୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୫ଜଣ ଖୋର୍ଦ୍ଧା ଜିଲ୍ଲାରୁ ଓ ୭୫ଜଣ କଟକ ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ମଧ୍ୟ ଚିନ୍ତାର କାରଣ ପାଲଟିଛି ବୋଲି ସରକାର କହିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ […]

Corona

Ordigital Desk
  • Published: Friday, 08 October 2021
  • , Updated: 08 October 2021, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ ରାଜ୍ୟର ଅନ୍ୟ ଭାଗରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ଭୁବନେଶ୍ୱର ଓ କଟକ ସହରରେ କରୋନା ଚିନ୍ତା ବଢ଼ାଇଛି । ଶୁକ୍ରବାର ରାଜ୍ୟରେ ମୋଟ ୫୨୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୫ଜଣ ଖୋର୍ଦ୍ଧା ଜିଲ୍ଲାରୁ ଓ ୭୫ଜଣ କଟକ ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ମଧ୍ୟ ଚିନ୍ତାର କାରଣ ପାଲଟିଛି ବୋଲି ସରକାର କହିଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି ଯେ,ଭୁବନେଶ୍ୱରରେ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ପ୍ରତିଦିନ ଏଠାରେ ୨୫୦ରୁ ୩୦୦ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି କିଛିମାସ ଭୁବନେଶ୍ୱରବାସୀଙ୍କୁ ଜଗିରଖି ଚଳିବାକୁ ପଡ଼ିବ । ଆଗାମୀ ୩ମାସ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କରୋନା କଟକଣା ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଡିସେମ୍ବର ଛୁଟି ମାସ, ଅନେକ ଲୋକ ବୁଲିବାକୁ ଯାଆନ୍ତି । ହେଲେ ଏବେ କରୋନା ସଂକ୍ରମଣ କମିନାହିଁ । ତେଣୁ କେନ୍ଦ୍ର ସରକାର ସଚେତନ ରହିବାକୁ ସତର୍କତା ଜାରି କରିଛନ୍ତି । କାଲି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ । ଏହାସହ ଆଗାମୀ ଦିନ ପାଇଁ ରୂପରେଖ ପ୍ରସ୍ତୁତ ହେବ ।

Related story