‘ବର୍ଷେ ପର୍ଯ୍ୟନ୍ତ ପୀଡ଼ିତଙ୍କ ଶରୀରରେ ରହିବ କରୋନା  ପ୍ରଭାବ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ପ୍ରବାହକୁ ନେଇ ଓଡ଼ିଶା ସମେତ ସମଗ୍ର ଭାରତ ଆଶଙ୍କିତ ଥିବାବେଳେ କରୋନା ପୀଡ଼ିତ ରୋଗୀଙ୍କ ଶରୀରରେ ଏହାର ପ୍ରଭାବ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଏସସିବି ମେଡିକାଲ କଲେଜର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ଆଜି ଏ ସମ୍ପର୍କରେ ସୂଚନା ଦେଇ […]

corona-5

corona-5

Tapas Behera
  • Published: Wednesday, 11 November 2020
  • Updated: 11 November 2020, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ପ୍ରବାହକୁ ନେଇ ଓଡ଼ିଶା ସମେତ ସମଗ୍ର ଭାରତ ଆଶଙ୍କିତ ଥିବାବେଳେ କରୋନା ପୀଡ଼ିତ ରୋଗୀଙ୍କ ଶରୀରରେ ଏହାର ପ୍ରଭାବ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଏସସିବି ମେଡିକାଲ କଲେଜର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନା ମହାମାରୀ ଯୁଦ୍ଧ ଏବେ ସାରା ବିଶ୍ୱରେ ଜାରି ରହିଛି। କରୋନାରୁ ସୁସ୍ଥ ହେବାପରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଶରୀରରେ ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରାୟ ବର୍ଷାଧିକ କାଳ ରହିବାର ଆଶଙ୍କା ରହିଛି।

ତେଣୁ ଯେଉଁମାନେ କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଛନ୍ତି ସେମାନେ ନିୟମିତ ଭାବେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍। ନିୟମିତ ବ୍ୟାୟାମ, ଖାଇବା-ପିଇବା ସହ ଦୁଶ୍ଚିନ୍ତାରୁ ଦୂରେଇ ରହିବା ପ୍ରତି ବିଶେଷ ଯତ୍ନବାନ ହେବା ଜରୁରୀ। ଅତିକମରେ ୭ଘଣ୍ଟା ନିଦ୍ରା ଯିବେ। କମ୍ପ୍ୟୁଟର ଓ ମୋବାଇଲ ଫୋନରୁ ଦୂରେଇ ରହିବା ଜରୁରୀ। ଭୂତାଣୁଠୁ ଦୂରେଇ ରଖିବାକୁ ଏହି ସବୁ ନିୟମ ପାଳିବା ଆବଶ୍ୟକ। ଯେଉଁ କରୋନା ରୋଗୀମାନେ ମଧୁମେହ, କିଡନୀ,କାଶ, କ୍ୟାନସର ଓ ଅନ୍ୟ ରୋଗ ରହିଥିବ ସେମାନେ ଅଧିକ ଯତ୍ନଶୀଳ ହେବା ଉଚିତ୍। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କାର୍ବୋହାଇଡ୍ରେଡଜନିତ ଖାଦ୍ୟଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ଛାତିରୋଗ ବିଶେଷଜ୍ଞ କ୍ଷୀରୋଦ କୁମାର ରାଉତ କହିଛନ୍ତି ଯେ, ଦ୍ୱିତୀୟ ପ୍ରବାହ ଅଧିକ ଭୟାବହ ହେବାର ଆଶଙ୍କା ରହିଛି। କରୋନା ପରବର୍ତ୍ତୀ ସମୟରେ ସୁସ୍ଥ ହେଉଥିବା ରୋଗୀଙ୍କୁ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷକରି ଯୁବବର୍ଗ ସଚେତନ ରହିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବା ଓ ସାନିଟାଇଜ୍ ହେବା ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ। ଏସି ରୁମ ଓ ବନ୍ଦ କୋଠରୀରେ ରହିବା ଦ୍ୱାରା ଅଧିକ ସଂକ୍ରମଣର ଆଶଙ୍କା ଅଧିକ ରହୁଛି। କୌଣସି ପରିସ୍ଥିତିରେ ବି କରୋନା ଗାଇଡଲାଇନ ପାଳନରେ ଅବହେଳା ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos