ଓଡ଼ିଶାରେ ଟିକା ପହଞ୍ଚିବା ନେଇ ଆନନ୍ଦ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଟିକା ପହଞ୍ଚିବା ନେଇ ଆନନ୍ଦ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶା ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିରନ୍ତର ଟିକାକରଣ ଚାଲିବ। ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ିଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
It is a moment of great joy that #Covishield vaccine has reached #Odisha in a special flight. #Odisha is fully prepared with an elaborate system for seamless vaccination programme to save precious lives, with focus on frontline health workers including Anganwadi workers.
— Naveen Patnaik (@Naveen_Odisha) January 12, 2021
ଆଜି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିଛି କୋଭିଡ୍ ଭ୍ୟାକସିନ୍ କୋଭିସିଲ୍ଡ। ପୁଣେରୁ ଆସିଥିବା ଭ୍ୟାକସିନ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ପୁଲିସ୍ ପାଇଲଟିଂରେ ସିଧାସଳଖ ପହଞ୍ଚିଥିଲା ରାଜ୍ୟ ଭ୍ୟାକସିନ ଷ୍ଟୋରରେ ରଖାଯାଇଛି। ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରିଜେଟର ସମେତ ରହିଛି ସମସ୍ତ ପ୍ରକାର ବ୍ୟବସ୍ଥା। ଏଠାରୁ ବିଭିନ୍ନ ଜିଲ୍ଲାର ଭ୍ୟାକସିନ ଷ୍ଟୋରକୁ ପହଞ୍ଚିବ ଟିକା। ଆଜିଠାରୁ ଜିଲ୍ଲାଗୁଡ଼ିକୁ ଟିକା ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାଇଲସ ବା ଛୋଟ ସିସି ଆସିଛି। ଗୋଟିଏ ସିସିରେ ୫ ml ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ ଡୋଜ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ ଲକ୍ଷ ୮ ହଜାର ଡୋଜ୍ ରହିଛି। ଏଥିରେ ୧ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକାକରଣ କରାଯାଇପାରିବ। ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଭ୍ୟାକ୍ସିନେସନ୍ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।